ନିମ୍ନମାନର କାର୍ଯ୍ୟ ଯୋଗୁଁ ଘେରିବନ୍ଧ ଅତଡା ଖସିଲା

19

Get real time updates directly on you device, subscribe now.

କେନ୍ଦ୍ରାପଡ଼ା (ସଂଘର୍ଷ ନ୍ୟୁଜ): କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ସାହି ପଞ୍ଚାୟତର ଗୋବର୍ଦ୍ଧନ ପୁର ଓ ପ୍ରହରାଜ ପୁରର ହଂସୁଆ ନଦୀ ଘେରିବନ୍ଧ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଅଗଷ୍ଟ ମାସର ବନ୍ୟା ଏହି ଘେରିବନ୍ଧ ପ୍ରାୟ ୧୦୦ ଫୁଟ୍ ଲମ୍ବର ଅତଡା ଖସିଥିବାରୁ ସେଠାକାର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ସେହି କାର୍ଯ୍ୟ ପାଇଁ ନାବାର୍ଡ କୋଟି କୋଟି ଟଙ୍କା ସହାୟତା ଦେଇଥିବା ବେଳେ। ସେହି କାର୍ଯ୍ୟ ତଦାରଖ କରୁଥିଲେ ଜଳସମ୍ପଦ ବିଭାଗର ଆଳି ତଟବନ୍ଧ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ଅଞ୍ଜନ କୁମାର ବେହେରା ଏହି କାର୍ଯ୍ୟଟିକୁ ଠିକ୍ ଭାବେ ତଦାରଖ ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଛୋଟ ଛୋଟ ପଥରରେ ପ୍ୟାକିଂ କରିବା ଓ ପ୍ୟାକିଂର ଫାଙ୍କରେ ସିମେଣ୍ଟ ମସଲା ନଦେବା ଦ୍ଵାରା ପାଣି ଲହଡ଼ିରେ ପଥର ଫାଙ୍କରୁ ମାଟି ଖାଇଥିବା ଦ୍ଵାରା ପଥର ସମେତ ମାଟି ଅତଡା ଖାଉଛି।
ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଫିସରମାନେ ସରକାରଙ୍କ ଜନମଙ୍ଗଳକାରି କାର୍ଯ୍ୟକୁ ସଠିକ୍ ତଦାରଖ କରିବା ଉଚିତ। ଆପଣମାନେ ସରକାରଙ୍କ ଠାରୁ ଦରମା ନେଉଛନ୍ତି କିନ୍ତୁ ଜଣେ ସାମ୍ବାଦିକ ଦରମା ନ ନେଇ ସରକାରଙ୍କ ସମ୍ପତି ହେଉ ବା ଜନମଙ୍ଗଳକାରି କାର୍ଯ୍ୟ ହେଉ ବା ଗରିବ ଅସହାୟ ଲୋକମାନଙ୍କ ପାଇଁ ସଦା ସର୍ବଦା ସାହାଯ୍ୟର ହାତ ବଢାଇଥାନ୍ତି ପ୍ରତ୍ୟେକ ସାମ୍ବାଦିକ ନ୍ୟୁଜ୍ ଜରିଆରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More