ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ନିମୋକୋକାଲ ନିମୁନିଆ ସଂକ୍ରମଣ ଟୀକା କରଣ ସଚେତନତା ଅଭିଯାନର ଶୁଭ ଉଦଘାଟନ କରାଯାଇଛି। ଜିଲ୍ଳା ପରାମର୍ଶ ଦାତ୍ରି (ଏନ୍ ସି ଡ଼ି) ଡାକ୍ତର ଜ୍ୟୋତ୍ସ୍ନା ପଟ୍ଟନାୟକ , ପରାମର୍ଶ ଦାତ୍ରୀ (ଏନ୍ ଜି ଓ) ଶ୍ରୀମତୀ ଅନୁଜା ବେହେରା , ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ ପ୍ରଚାର ଗାଡ଼ିକୁ ଶୁଭ ଉଦଘାଟନ କରିଥିଲେ। ଏଥିରେ ବି ପି ଏମ ରଶ୍ମିରେଖା ପୃଷ୍ଟି , ବି ଡି ଏମ ଶୁଭ୍ରାଗାଙ୍ଗୁଲି , ପି ଏଚ ଓ ଅନିତାରାଣୀ ରାଉତ , ସୁପରଭାଇଜର ମନୋରଞ୍ଜନ ରାଉତ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଲଲାଟ ପାଢ଼ୀ ଉପସ୍ଥିତ ଥିଲେ। ପରେ ପରାମର୍ଶ ଦାତ୍ରି ଡାକ୍ତର ପଟ୍ଟନାୟକ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ କର୍ମଚାରୀମାନେ ସରସଦା , ଉତ୍ତରାଗଡିଆ , ବିଷ୍ଣୁ ପୁର ଗ୍ରାମରେ ମନିଟରିଙ୍ଗ କରିଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।