ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଆୟୋଜିତ

36

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତର ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ଚରଣ ସାହୁ, ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପ୍ରଧାନ ଶିକ୍ଷୟିତ୍ରୀ ଭଗବତୀ ଦାଶ ମୋ ସ୍କୁଲ ଅଭିଯାନ ର ସମ୍ପାଦକ ଚିତ୍ତରଞ୍ଜନ ଦାସ, ଭବାନି ଶଙ୍କର ଦାଶ, ରଞ୍ଜନ କୁମାର ମହାନ୍ତି, ପୁରାତନ ଛାତ୍ର, ଶିକ୍ଷାବିତ୍ ସୁକଦେବ ଦାସ, ନାରାୟଣ ଦାସ କଳ୍ପତରୁ ଦାଶ, ଲଳିତ ଧଳ ସମେତ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାରେ ୨୫ଟି ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନସି ଭାବେ ବିବେଚନା କରିଥିବା ବେଳେ ଛଅଟି ସ୍କୁଲ ରାଜନଗର ନିର୍ବାଚନମଣ୍ଡଳୀ ବାଣ୍ଟରେ ପଡ଼ିଛି। ସେହି ଛଅଗୋଟି ସ୍କୁଲମଧ୍ୟରୁ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ ଅନ୍ୟତମ l ସେଣ୍ଟର ଅଫ ଏକ୍ସିଲେନସି ବିବେଚିତ ସ୍କୁଲକୁ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ନବୀକରଣ ଓ ଉର୍ଣ୍ଣତ ଏଯୁକେଶନ ଲାଗି 45ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇଦିଆଯାଇଛି ବୋଲି ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିବା ସହିତ ସ୍କୁଲ କମିଟି ଓ ମୋ ସ୍କୁଲ ଅଭିଯାନ କମିଟି ତଥା ଗ୍ରାମର ମୁରବିମାନଙ୍କୁ ପରାମର୍ଶ ଦେଇ କହିଥିଲେ ଆପଣମାନେ ଏକ କମିଟି କରନ୍ତୁ ସେହି କମିଟି ମାଧ୍ୟମରେ ଆଲୋଚନା କରନ୍ତୁ କି କାର୍ଯ୍ୟକଲେ ଏହି ପୂରାତନ ସ୍କୁଲ ଟି ଆଗକୁ ବଢ଼ିବାରେ ସହାୟକ ହେବ। ଏ ପେରିପେକ୍ଷିରେ ଚିତ୍ତରଞ୍ଜନ ଦାସ ରାଜନଗର ଲୋକପ୍ରିୟ ବିଧାୟକ ଧୃବ ଚରଣ ସାହୁ ଙ୍କୁ କହିଥିଲେ ଆପଣ ଏହି ସ୍କୁଲ କୁ ପୈଶ୍ୟ ସ୍କୁଲ୍ ଭାବେ ଗ୍ରହଣ କରନ୍ତୁ ଏ ସ୍କୁଲର ନିଶ୍ଚୟ ଚିତ୍ରପଟ ଆଗାମୀ ଦିନରେ ପରିବର୍ତ୍ତନ ହେବ। ଏହାପରେ ଲୋକପ୍ରିୟ ବିଧାୟକ ଧୃବ ଚରଣ ସାହୁ ସ୍କୁଲ ପରିସର ବୁଲି ଦେଖିଥିଲେ। ବିଧାୟକ ସ୍କୁଲ ଭିତ୍ତିଭୂମି ନବୀକରଣ ଲାଗି ଆସିଥିବା ଆର୍ଥିକ ରାଶିକୁ କଣ୍ଟ୍ରାକଟର ମାଧ୍ୟମରେ ବିନିଯୋଗ ନ କରି ଗାଁ ଦାୟିତ୍ୱରେ ଖର୍ଚ୍ଚ କଲେ ଅଧିକ ପ୍ରଗତିମୂଳକ କାର୍ଯ୍ୟ ହୋଇପାରିବ ବୋଲି ଗୁରୁତ୍ୱ ଦେଇ କହିବା ସହ ସମସ୍ତଙ୍କ ଅନୁମତି ମାଗିଥିବା ସହ ଧୃବ ସାହୁ ନିଜେ କହିଛନ୍ତି ଏହି ସ୍କୁଲ କାର୍ଯ୍ୟ ପାଇଁ କୈାଣସି ରାଜନିତି ନକରି ସ୍କୁଲର ଉର୍ଣ୍ଣତି କଥା ଚିନ୍ତା କରନ୍ତୁ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମେଳାପି ବିଧାୟକ ଧୃବ ଚରଣ ସାହୁ ଯୋଗଦେଇ ଥିବା ବେଳେ ବ୍ଲକ ବିଜେଡି ସଭାପତି କିଶୋର କୁମାର ସାହୁ, ନଗର ବିଜେଡି ସଭାପତି ମିଟୁ ମନୋଜ ନାୟକ, ସମେତ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More