ନିପା ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଇଣ୍ଟର ଡ଼ିନମିନେସନାଲ ପାଷ୍ଟର ଆସୋସେସନ (ନିପା )ଆନୁକୂଲ୍ୟାରେ ଏକ ଦିନିକିଆ ଆଇନ ସଚେତନତା ଶିବିର ଆର, କେ, କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ରେଭ ଡ଼ଃ ଦେବେନ୍ଦ୍ର ସିଂ ଜୟପୁରରୁ ଆସି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶିବିର କୁ ଉଦଘାଟନ କରିଥିଲେ l ଇଣ୍ଟରନେସନାଲର ରାଷ୍ଟ୍ରୀୟ ସଂଯୋଜକ ଓକିଲ ରେଭ ସନସିଂ ଝାଲୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କେତେକ ଅଂଶକୁ ନେଇ ପାଳକ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସମ୍ବିଧାନଙ୍କୁ ଆଧାର କରି ଆଇନ ସଚେତନତା ବିଷୟରେ ଆଲୋକପାତ କରିଥିଲେ l ସମ୍ମାନୀୟ ଅତିଥି ଭାବେ କଳାହାଣ୍ଡିର ରେଭ ଆଲୋକ ସେନାପତି ପାଳକ ମାନଙ୍କୁ ଏକତା ସମ୍ବନ୍ଦରେ ଦୃଷ୍ଟି ଆକର୍ଷଣ କରିଥିଲେ l ମୁଖ୍ୟ ବକ୍ତା ଓ ରାଷ୍ଟ୍ରୀୟ ସଂଯୋଜକ ଦୁହେଁଙ୍କୁ ନିପା ଦ୍ଵାରା ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କରାଯାଇ ଥିଲା l ରେଭ ଗାବ୍ରିଏଲ ସେନାପତି ମଞ୍ଚ ପରିଚାଳନା କରିଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ନିପା ସଭାପତି ସ୍ୱାଗତ ସମ୍ବର୍ଧନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ରେଭ ଗାବ୍ରିଏଲ ସେନାପତି ନିପାର ମହତ ଉଦ୍ଧେଶ୍ୟ ଓ ଲକ୍ଷ୍ୟ ବିଷୟରେ ପାଳକ ମାନଙ୍କୁ ଅବଗତ କରାଇଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ଶେଷ ଆଶ୍ରିବାଦ କରିଥିଲେ l ଏଥିରେ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନର ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ନବ କିଶୋର ଖୋସଲା ଉପସଭାପତି, ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ ଡ଼ଃ ଶାମୁଏଲ ଲିମା କୋଷାଧ୍ୟକ, ରେଭ ସଂଜୀବ ମନବୋଧ ତାଲିମ ସମ୍ପାଦକ, ରେଭ ଦିବାକର ଚେଟି ମିଶନ ଓ ଇଭାଞ୍ଜେଲିମ ସମ୍ପାଦକ, ରେଭ ସୁବାଷ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ ସରୋଜ କୁମାର କର୍କରା ପବ୍ଲିକ ଆଣ୍ଡ ରିଲେସନ ସମ୍ପାଦକ, ରେଭ ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ କେଶବ ମୂର୍ତ୍ତି ଷ୍ଟାଟିଷ୍ଟିକ ସମ୍ପାଦକ, ରେଭ ବାବୁଲା ପରିଚ୍ଛା ୟୁଥ ସମ୍ପାଦକ,ରେଭ ସୁଜିତ କୁମାର ବାଘ ସୋସିଆଲ କନସେର୍ଣ ସମ୍ପାଦକ, ଉମରକୋଟ ବ୍ଲକର ସଂଯୋଜକ ରେଭ ବେନ୍ୟାମିନ ଉପାସି, ରାଇଘର ବ୍ଲକର ସଂଯୋଜକ ଭି, ଭୌରା ମୁଥୁ, ଡାବୁଗାଁ ବ୍ଲକର ସଂଯୋଜକ ରେଭ ବିପିନ କୁମାର ଡ଼ଙ୍ଗରୀ, ପାପଡାହାଣ୍ଡି ବ୍ଲକର ସଂଯୋଜକ ଗାବ୍ରିଏଲ କର୍କରା, ନବରଙ୍ଗପୁର ବ୍ଲକର ସଂଯୋଜକ ରେଭ ଜେପସନ ସୁନା, ମୁନିସିପାଲିଟିର ସଂଯୋଜକ ରେଭ ନିକୁଞ୍ଜ କର୍କରା, ତେନ୍ତୁଳୀଖୁଣ୍ଟି ବ୍ଲକର ସଂଯୋଜକ ପାଳକ ଜୁନାଥନ ଜେବେଶ ଖୁରା, ନନ୍ଦାହାଣ୍ଡି ବ୍ଲକର ସଂଯୋଜକ ରେଭ ସାଲେମ ରାଜୁ ଖୁରା ସହିତ ଶତାଧିକ ପାଳକ ଉପସ୍ଥିତ ଥିଲେ l ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More