ନିଜର ହକ ପାଇଁ ଧାରଣାରେ ବସିଲେ ଅଙ୍ଗନବାଡ଼ି କର୍ମୀ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ତଳରୁ ତଳିପା ସରକାରୀ କାମ କଲୁ, ଆଉ ଚାକିରି ରୁ ଅବସର ପରେ ଭିକ ମାଗିଲୁ ! ଏଭଳି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ସାଲେପୁର ଅଙ୍ଗନବାଡ଼ି ସଂଘ। ଆଜି ଏ ଭଳି ୭ ଦଫା ଦାବି ନେଇ ସାଲେପୁର ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ ବା ସିଡିପିଓଙ୍କ ଅଫିସ ଆଗରେ ଧାରଣା ବସିଛନ୍ତି ବ୍ଲକର ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଓ୍ବାର୍କର। ବିଭିନ୍ନ ସମୟରେ ଏହି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସରକାର ସାମାଜିକ କ୍ଷେତ୍ରରେ କିମ୍ବା ମହାମାରୀ କୋଭିଡ୍ ସମୟରେ ଘରକୁ ଘର ଯାଇ ତଦାରଖ କରିବାର ଆଦେଶ ଦେଇଥିବା ବେଳେ ଭୁଲିଗଲେ ଏହି ମା’ ଭଉଣୀ ମାନଙ୍କ ଜୀବନ ଜୀବିକା ଓ ପେଟ ପାଟଣାକୁ। ଆଉ ସରକାର ଏମାନଙ୍କ ଦାବି ବୁଝିବେ ବୁଝିବେ କହି ସମୟ ଟାଳି ଚାଲିଲେ। ଫଳରେ ଦୀର୍ଘ ଦିନ ଅପେକ୍ଷା କରି ଗତ କାଲି ଭୁବନେଶ୍ୱର ର ଲୋୟର ପିଏମଜି ଠାରେ ଓଡିଶା ର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନ କରିଥିଲେ। ଆଉ ଆଜି ସାଲେପୁରର ସିଡିପିଓଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More