ନରସିଂହପୁର(ସଂଘର୍ଷ ମିଡିଆ ) : ନରସିଂହପୁର କାନପୁର ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଝରଣା ପ୍ରଧାନ ଇଟାମାଟି ଦଶ ବର୍ଷ ହେଲା ବିବାହ ହୋଇଥିଲେ । ଚାରି ଜଣଙ୍କୁ ନେଇ ପରିବାର ବେଶ ଖୁସିରେ ରହୁଥିଲେ। ଦୁଇ ବର୍ଷ ହେଲା ସ୍ୱାମୀ ହେମନ୍ତ କୁମାର ପ୍ରଧାନଙ୍କର ଦେହ ଖରାପ ହେବାରୁ ମୁଣ୍ଡ ମଧ୍ଯ କାମ କରୁନଥିଲା। ବାରମ୍ବାର କଟକ ମେଡିକାଲକୁ ଯାଇ ମଧ୍ୟ ଦେହର କୌଣସି ସୁଫଳ ମିଳି ନଥିଲା । ହଠାତ ସ୍ୱାମୀଙ୍କର ଦେହ ଦେହ ଖରାପ ହେତୁ ଇଟାମାଟିରୁ କଟକ ଯାଉ ଥିଲା ବେଳେ ବାଦାମବାଡ଼ି ଛକରୁ କେଉଁଆଡେ଼ ଚାଲିଗଲେ । ପରବର୍ତ୍ତୀ ସମୟରେ ବାଦାମବାଡ଼ି ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ର ନମ୍ବର MMR 08 ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ହେମନ୍ତ କୁମାର ପ୍ରଧାନଙ୍କର ପତ୍ତା ମିଳୁନାହିଁ ।ଯଦି କେହି ଏହି ଫୋଟ ଜାଣି ପାରି ଦେଖିବାକୁ ପାଇବେ ତାହାଲେ ନିକଟସ୍ଥ ଥାନା ହେଉ କିମ୍ବା ଇଟମାଟି ଥାନାରେ ଜଣାଇବାକୁ ଅନୁରୋଧ କରିଛନ୍ତି ତାଙ୍କ ସ୍ତ୍ରୀ । ଝରଣା ପ୍ରଧାନ ସେହିଦିନ ଠାରୁ ତାଙ୍କ ସ୍ୱାମୀଙ୍କ ସନ୍ଧାନ ପାଇ ପାରୁନାହାନ୍ତି କି ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ନରସିଂହପୁର ସଞ୍ଜୟ ପଟ୍ଟନାୟକ ସହ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।