ନିଖୋଜ ଦାଦନ ଶ୍ରମିକର ସନ୍ଧାନ ପାଇଁ ସିନାପାଲି ଥାନା ଘେରାଉ

12

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) -ନୂଆପଡା ଜିଲ୍ଲା ସିନାପାଲି ଥାନା ମହେଶ୍ୱର ଗ୍ରାମର ବିଶ୍ୱନାଥ ମାଝି ଆଜିକୁ ୯ମାସ ହେଲା ନିଖୋଜ ରହି ଥିବାବେଳେ ଗତ ୨ସେପ୍ଟେମ୍ୱର ଏନେଇ ପରିବାର ପକ୍ଷରୁ ନୂଆପଡା ଜିଲ୍ଲାପାଳ, ନୂଆପଡା ଏସ୍ ପି, ନୂଆପଡା ଶ୍ରମବିଭାଗ ପରେ ସିନାପାଲି ଥାନା ରେ ଲିଖିତ ଅଭିଯୋଗ ଜଣାଇଥିଲେ। ହେଲେ ଆଜିକୁ ୧ମାସ ରୁ ଉର୍ଧ ଦିନ ହେଲା ନିଖୋଜ ବିଶ୍ୱନାଥ ଙ୍କ ଖୋଜ ଖବର ନଥିବା ଜଣାପଡୁଥିବା ବେଲେ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ତଦନ୍ତ କରୁନଥିବା ଜଣାପଡୁଥିବା ବେଲେ ତଦନ୍ତ ଙ୍କୁ ନେଇ ଅବହେଳା କରୁଥିବା ଜଣାପଡୁଛି। ପୋଲିସ ର ତଦନ୍ତ ଅବହେଳା କରୁଥିବା ବେଲେ ଦାଦନ ସର୍ଦ୍ଦାର ସହିତ ସଲାସୁତୁରା ଥିବା ପରିବାର ଲୋକେ ଓ ମଞ୍ଚ ସନ୍ଦେହ କରୁଛି। ଏନେଇ ନୂଆପଡା ଜିଲ୍ଲା ଦଲିତ ଅଧିକାର ମଞ୍ଚ ସଭାପତି କମଲ ଚରଣ ତାଣ୍ତି ଙ୍କ ନେତୃତ୍ବ ରେ ପ୍ରଥମେ ସିନାପାଲି ଉଗ୍ରସେନ ଭବନ ଠାରୁ ଏକ ରେଲି ରେ ବାହାରି ବିଭିନ୍ନ ପ୍ରକାର ର ନାରାବାଜି ଲଗାଇ ସିନାପାଲି ଥାନା ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସିନାପାଲି ବିଡିଓ ଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସିନାପାଲି ବି ଏସ୍ ଏସ୍ ଓ ଦୁର୍ଯ୍ୟୋଧନ ବିଶି ଦାବିପତ୍ର ଗ୍ରହଣ କରିଛନ୍ତି। ୫ଦଫା ଦାବୀ ଗୁଡିକ ହେଲା ବିଶ୍ୱନାଥ ମାଝି ନିଖୋଜ ଘଟଣାର ପ୍ରକୃତ କାରଣ ତାଙ୍କ ବର୍ତ୍ତମାନ ର ସ୍ଥିତି ସଂମ୍ପର୍କ ରେ ତଦନ୍ତ କରିବା ଏକ ଅନୁସନ୍ଧାନ କାରି ଦଲ ତୁରନ୍ତ ଗଠନ କରାଯାଉ। ଦାଦନ ନେଇଥିବା ୨ଦଲାଲ ଓ ମୁଖ୍ଯ ସର୍ଦ୍ଦାର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ସର୍ଦ୍ଦାର ର ଲାଇସେନ୍ସ ବାତିଲ କରାଯାଉ। ଶ୍ରୀ ମାଝି ଙ୍କ ପରିବାର କୁ ୯ମାସ କୁ ୨୦ ହଜାର ଟଙ୍କା ହିସାବରେ ୧ଲକ୍ଷ ୮୦ହଜାର ଟଙ୍କା ତୁରନ୍ତ ଦାଦନ ସର୍ଦ୍ଦାର ପ୍ରଦାନ କରନ୍ତୁ। ବ୍ୟକ୍ତି ଫେରିବା ପର୍ଯ୍ୟନ୍ତ ମାସକୁ ୨୦ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଉ। ପରିବାର କୁ ସର୍ଦ୍ଦାର ୫ଲକ୍ଷ ଟଙ୍କା ସୁରକ୍ଷିତ ରାସି ବାବଦ ରେ ପ୍ରଦାନ କରୁ ଓ ପରିବାର ଭବିଷ୍ଯତ ପାଇଁ ବ୍ୟାଙ୍କ ରେ ଫିକ୍ସ ଡିପୋଜିଟ କରି ପରିବାର ଭବିଷ୍ଯତ କୁ ସୁରକ୍ଷିତ କରାଯାଉ। ପରିବାର କୁ ସରକାର ଙ୍କ ତରଫରୁ ଚାଉଲ ଓ ଅନ୍ଯାନ୍ଯ ରାଶନ ସାମଗ୍ରୀ କିଣ କିଣିବା ନିମନ୍ତେ ସ୍ୱତନ୍ତ୍ର ଭତ୍ତା ଓ ନାବାଲକ ସନ୍ତାନ ର ପାଠପଢା ପାଇଁ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଏହି ଦାବି ଗୁଡିକୁ ସିନାପାଲି ଥାନା ସମ୍ମୁଖ ରେ ଉପସ୍ଥିତ ଥିବା ସିନାପାଲି ତହସିଲଦାର ଲୋକନାଥ ଶବର, ସିନାପାଲି ପୋଲିସ ସବ୍ଇନ୍ସପେକ୍ଟର ଅନ୍ଜନ ଜାଲ ଓ ସିନାପାଲି ବି ଏସ୍ ଏସ୍ ଓ ଦୁର୍ଯ୍ୟୋଧନ ବିଶି ଙ୍କୁ ଦାବିପତ୍ର ପଢି ପ୍ରକାଶ କରି ପ୍ରଦାନ କରିଛନ୍ତି। ଏନେଇ ବ୍ଲକ ପ୍ରଶାସନ ତରଫରୁ ଦୋସି ଙ୍କ ବିରୋଧରେ ତୁରନ୍ତ କରି ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିସ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମ ରେ ମଞ୍ଚ ସଭାପତି ଶ୍ରୀ ତାଣ୍ତି ସମେତ ନିଖୋଜ ବ୍ଯକ୍ତି ଙ୍କ ସ୍ତ୍ରୀ ବେଲମତି ଓ ନାବାଲକ ପୁଅ ସମେତ ବୋଡେନ ବ୍ଲକ ସଭାପତି ବେଣୁଧର ଜଗତ, ଲିଙ୍ଗରାଜ ଜାଲ, ପଦ୍ମନାଭ ଜଗତ, ଜୟାନନ ସୁନାନୀ, ଗୋକୁଳ ଚନ୍ଦ୍ର, ଦୁଶମନ୍ତ ନିଆଲ, ଲମ୍ୱୋଦର ତାଣ୍ତି ଜିତୁ ମେହେର, ରାଜେଶ ବେହେରା, ବେଣୁ ଜଗତ, ଅଲେଖ ସୁନାନୀ, ଗଜିନ୍ଦ୍ର ଧିବର, ସହ ମଞ୍ଚ ର ସଦସ୍ଯ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More