ନବରଙ୍ଗପୁର(ସଂଘର୍ଷ ମିଡିଆ): – ପାପଡ଼ାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତରେ ଥିବା ବେଢ଼ା ବନ୍ଦରୁ ଆଜି ଆଉ ଗୋଟେ ଶବ ଭାସୁଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ହେଉଛନ୍ତି ମୋକିଆ ଗ୍ରାମର ଦେବ ସିଂ ହରିଜନ (୫୦) ସେ ଗୁରୁବାର ଦିନରୁ ନିଖୋଜ ଥିବା ସୂଚନା ମିଳିଛି, ଆଜି ସକାଳେ ଗ୍ରାମ ର କିଛି ବ୍ୟକ୍ତି ବେଢ଼ା ବନ୍ଦ ରେ ଗାଧୋଇବା ପାଇଁ ଯାଇଥିବା ସମୟ ରେ ପଖୋରୀ ରେ ବ୍ୟକ୍ତି ଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।ଏହି ଖବର ଶୁଣି ଗ୍ରାମର ସରପଞ୍ଚ ଜଗତଜୀବନ ନାୟକ ,ସମିତି ସଭ୍ୟ ଯୁଗଳ ବିଷୋୟୀ ସହ ଭଦ୍ର ବ୍ୟକ୍ତି ମାନେ ଘଟଣା ସ୍ଥଳରେ ପହଞ୍ଚି,ପାପଡ଼ାହାଣ୍ଡି ପୋଲିସଙ୍କୁ ଯୋଗାଯୋଗ କରିଥିଲେ l ଏହା ପରେ ପାପଡ଼ାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା , ସହ ନିରୀକ୍ଷକ ଶିବାଜୀ ପଣ୍ଡା ଘଟଣା ସ୍ଥଳ ରେ ପହଞ୍ଚି ମାମଲା ୧୫/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି, ଏହି ଘଟଣା ତଦନ୍ତକାରୀ ଅଧିକାରୀ ସହ ନିରୀକ୍ଷକ ଶିବାଜୀ ପଣ୍ଡା ନେଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l