କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବଡ଼ବିଲ ଗ୍ରାମର ଉଲ୍ଲାସ ବେହେରା ଗତକାଲି ସନ୍ଧ୍ୟା ୫ଟା ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜା ଖୋଜି କରି ନପାଇବାରୁ ଅଡସପୁର ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମିଳିତ ସହଯୋଗରେ ଆଜି ସନ୍ଧ୍ୟା ୫ ଟା ବେଳେ ତାଣ୍ଡିକଣା ଠାରୁ କିଛି ଦୂର ବାଆ ବଜା ନଦୀକୂଳରୁ ଉଲ୍ଲାସ ବେହେରାଙ୍କ ମୃତ ଦେହ ଠାବକରାଯାଇ ଅଡସପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରିବାର ଲୋକଙ୍କ କହିବା କଥା ତାଙ୍କର ଏକ ମାତ୍ର ରୋଜଗରିଆ ଲୋକ ତାଙ୍କୁ ଛାଡି ଚାଲିଗଲେ। ତାଙ୍କ ପରିବାର କୁ କିଛି ସାହାର୍ଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।