ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ ସହ ଆଲୋଚନା

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : -: ଆଜି ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ରାଜ୍ୟ ସମ୍ପାଦକ ଶ୍ରୀ ଅଶୋକ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଶ୍ରୀମତୀ ହରପ୍ରିୟା ନାୟକ ଙ୍କୁ ଭେଟିବା ସହ ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ. ବହୁ ଦିନରୁ ମହିଳା ମାନଙ୍କ ଶ୍ରମ କାର୍ଡ ହୋଇପାରୁନାହିଁ ଏବଂ ଆଗରୁ ଆବେଦନ ହୋଇଥିବା କିଛି ଦରଖାସ୍ତ ଗୁଡିକ ଅକସ୍ମାତ ଅଫିସରୁ ଉଭାନ ହୋଇଯାଉଥିବା ବେଳେ ବହୁ କାର୍ଡ ନହୋଇ ପଡ଼ିରହିଛି. ଉକ୍ତ ବିଷୟରେ DLC ଙ୍କୁ ପଚାରିବାରୁ DLC ଶ୍ରୀମତୀ ନାୟକ ସନ୍ତୋଷ ଜଣକ କଥା କହୁନାହାନ୍ତି. ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ବାରମ୍ବାର ଉକ୍ତ ବିଷୟରେ ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ. ଶ୍ରୀ ତ୍ରିପାଠୀ ଙ୍କ ଅଭିଯୋଗ ଅନୁସାରେ ଜିଲ୍ଲା DLC ଅଫିସରେ ଲୋକଙ୍କ ଲକ୍ଷ ଲକ୍ଷ କାର୍ଡ ପଡିରହିଥିବା ବେଳେ ବହୁ ଦରଖାସ୍ତ ଅଫିସରୁ କୁଆଡେ ଉଭାଇ ଯାଉଛି. ଏବଂ ବର୍ତମାନ ଅଫିସର ମାନଙ୍କୁ ଉକ୍ତ ବିଷୟରେ ପଚାରିବାରୁ କିଛି ଅଫିସର ମାନେ ନୂଆ ଆସିଥିବା କହୁଥିବା ବେଳେ ଆଉ କିଛି ଅଫିସର ଆମେ କିଛି ଜାଣିନୁ ବୋଲି କହୁଛନ୍ତି. ଯଦି ବିଭାଗ ପକ୍ଷରୁ ଏହି ଭଳି ଶୁଣିବାକୁ ପଦେ ତେବେ ଏ ଗରିବ ଲୋକ ମାନଙ୍କୁ ନ୍ୟାୟ ମିଳିବ କେବେ ବୋଲି ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଙ୍ଗ ରାଜ୍ୟ ସମ୍ପାଦକ ଶ୍ରୀ ଅଶୋକ ତ୍ରିପାଠୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More