ନିଖିଳ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

41

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ଆଜି ଦିନ 12 ଘଣ୍ଟା ସମୟରେ ଡାବୁଗାଁ ସଦର ମହକୁମା ଠାରେ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ନୂଆଗୁଡା ସହାୟିକା ଗୌରୀ ଗୌଡ, ଭୀମାଗୁଡା ସହାୟିକା କମଳା ଭତ୍ରା ଏଵଂ ଡୁମଣିଗୁଡା ସହାୟିକା ଖିର ନାୟକ ଗ୍ରାମର ଅଙ୍ଗନବାଡି ହେଲପର ମାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜାଣି ପାରି ଥିଲେ । ଡାବୁଗାଁ ବ୍ଲକ ନିଖିଳ ଓଡିଶା ଅଙ୍ଗନବାଡି ସଙ୍ଘର ସଭାପତି ମମତା ବେହେରା, ଅମିତା ବେହେରା, ରୁନୁ ପାଢ଼ୀ, ରୁତୁ ରାଣୀ ମଣ୍ଡଳ, ଏମିନି ଶରାବୁ, କୁନୀ ଜାନୀ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ସବିତା ଶବର, କୁସୁମା ଜାନୀ, ପ୍ରମୁଖ ୨୦ ଜଣରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀ ମାନେ ଏହି ତିନି ଜଣଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଯୋଗଦାନ ଦେଇଥିଲେ ଓ ତିନିଜଣଙ୍କୁ ଉତ୍ତରୀୟ ସହ ପୁରସ୍କାର ଦେଇ ପୁରସ୍କୃତ କରି ସମ୍ବର୍ଦ୍ଧିତ କରି ଅବସର ଜୀବନ ଶାନ୍ତି ରେ ରହୁ ବୋଲି ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଇଥିଲେ l ନବରଙ୍ଗପୁର ଜିଲ୍ଲାରେ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ସଭାପତି ଏଇ ଚିନ୍ତାଧାରା ନେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କରାଇ ସମ୍ବର୍ଦ୍ଧନା ଦେଇଥିବାରୁ ଏପରି କାର୍ଯ୍ୟ ପାଇଁ ବ୍ଳକ ସଭାପତିଙ୍କୁ ସମସ୍ତ କର୍ମଚାରୀ ଭୂୟସୀ ପ୍ରସଂଶା କରିଛନ୍ତି l ସମସ୍ତ କର୍ମଚାରୀ ଉକ୍ତ ବିଦାୟକାଳୀନ ସମ୍ବର୍ଦ୍ଧନା ରେ ଯୋଗ ଦେଇ ସହଯୋଗ କରିଥିବାରୁ ସମସ୍ତଙ୍କୁ ଭୂୟସୀ ପ୍ରସଂଶା ଦେଇ ଆଜି ଠାରୁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ପାରି ଛନ୍ତି l ଏହା ଚିର ସ୍ମରଣୀୟ ହୋଇ ରହିଗଲା lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More