ନିଖିଳ ଉତ୍କଳ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏମ୍ ରବି କୁମାରଙ୍କ ସଂଯୋଜନା ରେ ବ୍ଳକ ଶିକ୍ଷା ଅଧିକାରୀ ଟି. କିଶୋର କୁମାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ପୂରଣ ନ ହେଲେ ଚଳିତ ମାସ 16 ତାରିଖ ରୁ ସମସ୍ତ ବର୍ଗ ର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି। ଦାବୀ ପତ୍ର ପ୍ରଦାନ ବେଳେ ଶିକ୍ଷକମନୋଜ କୁମାର ଗନ୍ତାୟତ,ଏମ୍ ଉମା ପତି, ଭେଙ୍କେଟେଶ୍ୱରଲୁ,ଶ୍ରବଣ କୁମାର, ଏସ ତିରୁପତି ରାଓ,ରାମଚନ୍ଦ୍ର ମିଶ୍ର,ୟୁ ତିରୁପତି, ନନ୍ଦିତା ପାତ୍ରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଆସନ୍ତା 11.8. 2023 ରେ ଜିଲ୍ଲା ସ୍ତରୀୟ ରାଲି ପ୍ରତିବାଦ ସଭା କରି ଜିଲ୍ଲା ପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More