ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ସମିତି ଓଡ଼ିଶାର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା ସାଧାରଣ ବୈଠକ, ରାଇରଙ୍ଗପୁର ସ୍ଥିତ ପି ସି ଏମ୍ କଲ୍ୟାଣୀ ମଣ୍ଡପ ଠାରେ ଏକ ସାଂଗଠନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସଭାରେ ପାତ୍ର ତନ୍ତୀ କଲ୍ୟାଣ ସମିତିର ସଭାପତି ରାଧାଶ୍ୟାମ ପାତ୍ର ସଭାପତିତ୍ବ କରିଥିଲାବେଳେ ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର , ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତିରଞ୍ଜନ ପାତ୍ର , ପଡୋଶୀ ରାଜ୍ୟ ଝାଡଖଣ୍ଡର ପାତ୍ର ତନ୍ତୀ ରାଜ୍ୟ ସଭାପତି ବଳରାମ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାକ୍ତନ ମୟୁରଭଞ୍ଜ ଜିଲ୍ଲା ସଭାପତି ନରେନ୍ଦ୍ର ପାତ୍ର ମଞ୍ଚ ସଂଚାଳନ କରିଥିଲେ ଏଥିରେ ସମ୍ପାଦକ ସୁଶାନ୍ତ କୁମାର ପାତ୍ର, ଉପସଭାପତି ଭାଗିରଥୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଣା କମିଟି ଭାଙ୍ଗି ନୂତନ କମିଟି ଗଠନ କରାଯାଇଥିଲା ଏଥିରେ ଜିଲ୍ଲା ସଭାପତି ଭାବେ ନରେନ୍ଦ୍ର ପାତ୍ର,ଉପ ସଭାପତି ଚନ୍ଦ୍ର ଶେଖର ପାତ୍ର, ଜିଲ୍ଲା ସମ୍ପାଦକ ଅରୂପ ଚନ୍ଦ୍ର ପାତ୍ର,ସହ ସମ୍ପାଦକ ଭାଗୀରଥି ପାତ୍ର, କୋଷାଧ୍ୟକ୍ଷ ଜୟନ୍ତ ପାତ୍ର ଓ ମହିଳା ସମ୍ପାଦିକା ଚନ୍ଦ୍ରକାନ୍ତି ପାତ୍ର, ରାଇରଙ୍ଗପୁର ଜୋନରୁ ସାଧାରଣ ସମ୍ପାଦକ ବାବୁଲା ପାତ୍ର ଓ ବିଶ୍ୱ ନାଥ ଦାସ, ବାରିପଦାରୁ ସୁଶାନ୍ତ କୁମାର ପାତ୍ର, କରଞ୍ଜିଆରୁ ଯୋଗମୋହନ ଦାସ,କପ୍ତିପଦାରୁ ଶକ୍ତି ଧର ପାତ୍ର, ଏବଂ ଉପଦେଷ୍ଟା ମଣ୍ଡଳୀରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତିରଞ୍ଜନ ପାତ୍ର, ସୋମନାଥ ପାତ୍ର, ହୃଷିକେଶ ପାତ୍ର ଓ ଜୈମୁନୀ ପାତ୍ର ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଧର୍ମେନ୍ଦ୍ର ପାତ୍ର, ସୁବାଷ ଚନ୍ଦ୍ର ପାତ୍ର, ଚନ୍ଦ୍ରକାନ୍ତି ପାତ୍ର, ଦ୍ରୌପଦୀ ପାତ୍ର, ତ୍ରିଲୋଚନ ପାତ୍ର, ବିଜୟ କୁମାର ପାତ୍ର,ନରସିଂହ ପାତ୍ର ଓ ପବିତ୍ର କୁମାର ପାତ୍ର ପ୍ରମୁଖ କୁଁ ମୋନାନୀତ କରା ଯାଇଥିଲା କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ବାମନଘଟି କମଟିର ସଦସ୍ୟ ଲଳିତ କୁମାର ପାତ୍ର, ମାନସ ଦୀପାୟନ ପାତ୍ର, ସୁଶାନ୍ତ କୁମାର ପାତ୍ର,ଲାଷ୍ମୀଧର ପାତ୍ର, କୀର୍ତ୍ତନ ପାତ୍ର, ଆକାଶ କୁମାର ଦାସ, ରାଜେଦ୍ର କୁମାର ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ।