ନିଆଳି ବିଧାୟକଙ୍କ ଦ୍ୱାରା ତିନୋଟି ରାସ୍ତାର ଶିଳାନ୍ୟାସ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡ଼ବିଲ ସ୍କୁଲ ଛକ ଠାରୁ ଏରଞ୍ଚ ରାସ୍ତା ଭାୟା ଭୋଗେଶ୍ଵର ରାସ୍ତାର ଉର୍ଣ୍ଣତିକରଣ ବ୍ରାହ୍ମଣବାଟୀ ଠାରୁ ତଣ୍ଡିକଣା ବ୍ରିଜଛକ ଓ ତଣ୍ଡିକଣା ଠାରୁ ଏରଞ୍ଚ ଭାୟା ପୋହଳ ରାସ୍ତାର ଶିଳାନ୍ୟାସ କରିଛନ୍ତି ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକ।ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଢ଼ିହପୋହଳ ଗ୍ରାମରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ସଭାରେ ନଅ ନମ୍ବର ଯୋନ ଜିଲ୍ଲା ପରିଷଦ ଶ୍ରୀମତୀ କ୍ରିଷ୍ଣାରଣୀ ବେହେରା,ଉତାରଣ ପଂଚାୟତ ସରପଞ୍ଚ ହେମନ୍ତ୍ବ କୁମାର ମଲ୍ଲିକ,ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା,ସୁବ୍ରତ ପାତ୍ର, ବଳରାମ ପାତ୍ର,ସୀତାକାନ୍ତ ପ୍ରଧାନ,ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି 2024 ନିର୍ବାଚନ ରେ କିଭଳି ସଂଗଠନ କୁ ମଜଭୁତ କରି ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନିଆଳି ରେ ମାନ୍ୟବର ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକଙ୍କୁ ଚତୁର୍ଥ ଥର ପାଇଁ ବିଧାୟକରୂପେ ନିର୍ବାଚିତ କରିବେ ସେ ବିଷୟରେ ଆଲୋକପାତ କରିଥିଲେ।ସଭାଟିକୁ ଶୁଭେନ୍ଦୁ କୁମାର ସ୍ୱାଇଁ ପରିଚାଳନା କରିଥିଲେ।ସଭାରେ ଶତାଧିକ କର୍ମୀ ଯୋଗଦେଇଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More