କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡା ପଞ୍ଚାୟତ ଠାରୁ କଣ୍ଟାପଡା ବ୍ଲକ ପର୍ଯ୍ୟନ୍ତ ନିଆଳି ବିଜେପି ପକ୍ଷରୁ ଛବି ମଲ୍ଲିକଙ୍କ ନେତୃତ୍ୱରେ ଜନ ଆକ୍ରୋଶ ରାଲି କରାଯାଇଥିଲା।କଣ୍ଟାପଡା ବ୍ଲକର 14 ଗୋଟି ପଞ୍ଚାୟତ ରୁ ଶତାଧିକ କର୍ମୀ ରାଲିରେ ସାମିଲ ହୋଇଥିଲେ।ବିଜୁ ଜନତା ଦଳର 23 ବର୍ଷ ଶାସନ ରେ ବାର୍ଷିକ ଅନେକ ଦୁର୍ନୀତି ହେଉଥିବାର ନିଆଳି ନେତା ଛବି ମଲ୍ଲିକ ନିଜର ଅଭିଭାଷଣରେ କହିଥିଲେ।ମନ୍ତ୍ରୀ ସଚିବଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କର୍ମଚାରୀ ପର୍ଯ୍ୟନ୍ତ ପି.ସି କାରବାରରେ ଲିପ୍ତ ଅଛନ୍ତି ବୋଲି କହିଥିଲେ।ରାଲିରେ ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି,ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସୁକାନ୍ତ ବିଶ୍ୱାଳ,ପ୍ରଦୀପ୍ତ କୁମାର ପାତ୍ର,କଟକ ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ବିଶ୍ବମ୍ବର ଜେନା,ନିଆଳି ବିଜେପି ସଂଯୋଜକ ଅଶୋକ ରଥ ,ପ୍ରଶାନ୍ତ କୁମାର ପ୍ରଧାନ,କଣ୍ଟାପଡା ସମିତି ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ,ଉପାଧ୍ୟକ୍ଷ ଜଚିନ୍ଦ୍ର ବରାଳ,ଗୋକୁଳ ଚନ୍ଦ୍ର ପ୍ରଧାନ,ପ୍ରତାପ ରାଉତରା ପ୍ରମୂଖ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବିଷ ଉଦ୍ଗାରିଥିଲେ ।ରାଜ୍ୟରେ ଦୀର୍ଘ 23 ବର୍ଷର ସ୍ଥାଣୁ, ଅପାରଗ ,ଦୁର୍ନୀତିଗ୍ରସ୍ତ, ଜନବିରୋଧୀ ସରକାର ଗରିବ ମାରଣ ନୀତିର ପ୍ରତିବାଦରେ 11 ଦଫା ଦାବିପତ୍ର ମାନ୍ୟବର ମହାମହିମ ରାଜ୍ୟପାଳ, ଓଡିଶା ଙ୍କ ଉଦ୍ଧେଶ୍ୟରେ କଣ୍ଟାପଡା ବିଡ଼ିଓଙ୍କୁ ପ୍ରଦାନ କରିଥିଲେ।କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।