ନିଆଳି ନିର୍ବାଚନ ମଣ୍ଡଳୀ ନାହାଳପୁର ପଂଚାୟତରେ ଆମ ଆଦମୀ ପାର୍ଟି ପକ୍ଷରୁ କର୍ମୀ ସମ୍ମିଳନୀ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡା ବ୍ଲକ ନାହାଳପୁର ପଂଚାୟତ ରେ AAP ପକ୍ଷରୁ ଓଡ଼ିଶାରେ 200 ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପରିଡା କଟକ ଜିଲ୍ଲା ଆବାହକ ଆମ ଆଦମୀ ପାର୍ଟି,ସଂମାନିତ ଅତିଥି ଅମିତ ମହାପାତ୍ର କଟକ ଜିଲ୍ଲା ସଂଗଠନ ସମ୍ପାଦକ ଆମ ଆଦମୀ ପାର୍ଟି,ସନାତନ ମଲ୍ଲିକ ଆବାହକ ନିଆଳି ନିର୍ବାଚନ ମଣ୍ଡଳୀ ଯୋଗଦେଇଥିଲେ।ଦିଲ୍ଲୀରେ ଯେଭଳି କେଜରିୱାଲ ସରକାର ବାହାର ରାଜ୍ୟରୁ ବିଜୁଳି କିଣି 200 ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଲୋକଙ୍କୁ ଦେଇପାରୁଛନ୍ତି ଅଥଚ ଓଡିଶାରୁ ବିଜୁଳି ଉତ୍ପାଦିତ ହୋଇ ବଳକା ବିଜୁଳି ବାହାର ରାଜ୍ୟକୁ ବିକ୍ରୟ କରୁଛନ୍ତି ଓଡ଼ିଶାରେ କାହିଁକି ଦିଜୁଳି ଦେୟମୁକ୍ତ ଦେଇହେବନି ସେ ବିଷୟରେ କଟକ ଜିଲ୍ଲା ଆବାହକ ଆଲୋଚନା କରିଥିଲେ।ସେଥିପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ବ କରିଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ବୋଲି କଟକ ଜିଲ୍ଲା ଆବାହକ କହିଛନ୍ତି।ଓଡ଼ିଶାରେ ତୃଣମୂଳ ସ୍ତରରେ ସଂଗଠନ କୁ ମଜବୁତ କରି ଲୋକଙ୍କ ପାଖରେ କେଜରିୱାଲ ସରକାରଙ୍କ ଦିଲ୍ଲୀ ମଡେଲ ବିଷୟରେ ବୁଝାଇବେ।ଦିଲ୍ଲୀରେ ଯେଭଳି ପାଣି ସ୍ୱାସ୍ଥ୍ୟ,ବିଜୁଳି ରେ ଦେୟମୁକ୍ତ କରି ଲୋକଙ୍କ ପାଖରେ ରୋଜଗାର କରିବାର ସୁଯୋଗ ଦେଇପାରିଛନ୍ତି ଓଡ଼ିଶାରେ କରିବା ପାଇଁ ଆମ ଆଦମୀ ପାର୍ଟି ଚେଷ୍ଟା କରିବ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More