ନିଆଳିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ପ୍ରାଚୀ ମଣ୍ଡପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ ଉପଲକ୍ଷେ ଏକ ବିଜୁ ଜନତା ଦଳର କର୍ମଶାଳା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରାୟ ଯୋଗଦେଇଥିଲେ।ସକାଳ 7ଘଟିକା ସମୟରେ ପ୍ରାଚୀ ନଦୀ କୂଳରେ ନିଆଳି ବିଜୁ ଜନତା ଦଳ ପକ୍ଷରୁ ତିଳତର୍ପଣ ଏବଂ ପ୍ରଭାତଫେରି କାର୍ଯ୍ୟକ୍ରମ କରାଯାଇଥିଲା। କର୍ମଶାଳାରେ ଯୁବ ବିଜେଡି,ଛାତ୍ର ବିଜେଡି,ମହିଳା ବିଜେଡି,ବରିଷ୍ଠ ବିଜେଡି ,ଜିଲ୍ଲା କାର୍ଯ୍ୟକର୍ତ୍ତା,ରାଜ୍ୟ କାର୍ଯ୍ୟକର୍ତ୍ତା,ବ୍ଲକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।କର୍ମଶାଳା ର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ 2024 ନିର୍ବାଚନ ରେ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ଓ ଚତୁର୍ଥ ଥର ପାଇଁ ନିଆଳି ବିଧାୟକରୂପେ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ବିଜୟଲାଭ କରାଇବା।ସଭାରେ ନିଆଳି,କଣ୍ଟାପଡା ଓ ବାରଙ୍ଗ ବ୍ଲକ ର ବିଜୁ ଜନତା ଦଳର କର୍ମୀମାନେ ସଂଗଠନ ଉପରେ ନିଜ ନିଜର ମତ ରଖିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More