ନିଆରା ଭାବରେ ପଞ୍ଚାୟତ କାର୍ଯୟନିର୍ବାହୀ ଯନ୍ତ୍ରୀଙ୍କୁ ଅବସରକାଳୀନ ବିଦାୟ ଦେଲେ , ଆର.ଉଦୟଗିରି ବ୍ଲକ ବିଡିଓ ଲରିମନ ଖର୍ସେଲ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ବିଡିଓ ଶ୍ରୀ ଲରିମନ ଖର୍ସେଲଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାରେ ପୂର୍ବରୁ କେବେ ଏମିତି ହୋଇନଥିଲା। ଆର. ଉଦୟଗିରି ପଞ୍ଚାୟତରେ ଶ୍ରୀ ଜାମି ସତ୍ୟ ନାରାୟଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ସରକାରର ନିୟମ ପ୍ରକାରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ଶ୍ରୀ ନାରାୟଣ। ତାଙ୍କର ଏହି ଅବସର ଉପଲକ୍ଷେ ବ୍ଲକ୍ ସଭା ଗୃହରେ ବିଡିଓ ଶ୍ରୀ ଲରିମନ ଖର୍ସେଲ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବରଙ୍କ ସହିତ ବ୍ଲକର ସମସ୍ତ ସରକାରୀ କର୍ମଚାରୀମାନଙ୍କ ଉପସ୍ଥିତିରେ ବହୁତ ଆଡ଼ମ୍ବରର ସହିତ କାର୍ଯ୍ୟରୁ ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମଧ୍ୟରେ ସମ୍ମାନିତ କରି ଅବସର ଗ୍ରହଣ କରିଥିଲେ । ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସମାପ୍ତ ହେଲା ପରେ ବିଡିଓ ଶ୍ରୀ ଲରିମନ୍ ଖର୍ସେଲଙ୍କ ନିର୍ଦ୍ଦେଶରେ P.E.O ଙ୍କ ବାସଗୃହ ପର୍ଯ୍ୟନ୍ତ ଅତି ଆଡମ୍ବରରେ ବିଦାୟ ଦେବା ନିମନ୍ତେ ବିଡିଓ ଶ୍ରୀ ଲରିମନ୍ ଖର୍ସେଲ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର, A.P.O. ଶ୍ରୀ ଅକ୍ଷୟ ବିଷୋୟୀ ରତ୍ନ,A.E ଶ୍ରୀ ନିଲାଞ୍ଚଲ ମହାପାତ୍ର,B.P.C. ଶ୍ରୀ ଆଶାୱିନି କୁମାର ଷଡଙ୍ଗୀ, C.P. ଶ୍ରୀ ମନୋଜ କୁମାର ନାୟକ, G.P.O ଶ୍ରୀ ସସାଙ୍କ ଶେଖର ସୁବୁଦ୍ଧି, କନିଷ୍ଠ ଯନ୍ତ୍ରୀ ସୁଦିପ୍ତି ପଢ଼ିଆରି, ସରପଞ୍ଚ ଶ୍ରୀ ଯାମେଶ ରାଇକା ସମସ୍ତ ଆର୍.ଉଦୟଗିରି ବ୍ଲକ ସରକାରୀ କର୍ମଚରୀମାନଙ୍କ ସହିତ ଆର୍. ଉଦୟଗିରି ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଏକ ବସରେ ଅତି ଆନନ୍ଦ ସହ ତାଙ୍କର ବାସଗୃହ ପର୍ଯ୍ୟନ୍ତ ନେଇ ବିଦାୟ ଦେଇ ଥିଲେ। ବିଡିଓଙ୍କ ଏହିପରି ମହାନ ମନଭାବକୁ ଦେଖି P.E.O ଶ୍ରୀ ନାରାୟଣ ଓ ତାଙ୍କ ପତ୍ନୀ ସହ ସମସ୍ତ ପରିବାର ଲୋକେ ଓ ସାହିବାସି ଅତି ଖୁସିରେ ଗର୍ବ ଅନୁଭବ କରି ଥିଲେ। ବିଡିଓ ଶ୍ରୀ ଖର୍ସେଲଙ୍କୁ ଶ୍ରୀ ନାରାୟଣ ପତ୍ନୀ ଓ ସମସ୍ତ ପରିବାର ବିଡିଓ ମହାନତାଙ୍କୁ ଅତିଭାବବିହଲ ହୋଇ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ। ବିଡିଓଙ୍କ ଏହିପରି ମହାନ କାର୍ଯ୍ୟ ଦେଖି ଜିଲ୍ଲାରେ ବହୁତ ଚର୍ଚ୍ଚା ହେଉଛି ଓ ବହୁତ ବୁଦ୍ଧିଜୀବି ଲୋକୋମାନେ ବିଡିଓଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More