ନିଆରା ଢ଼ଙ୍ଗରେ ପାଳିତ ହେଲା ମା ସର୍ବମଙ୍ଗଳଙ୍କ ଛତରଯାତ୍ରା

31

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – – ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳା ଙ୍କ ଛତରଯାତ୍ରା ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଛି। ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗଉଁନ୍ତିଆ ଘରକୁ ଆସିଥାନ୍ତି । ଦେବୀଙ୍କ ପ୍ରତିମା ଛତର ରୂପରେ ଗଉଁନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରି ଥାନ୍ତି । ଦେବୀଙ୍କ ଛତର ବାହାରିବା ପରେ ହଜାରହଜାର ଶ୍ରଦ୍ଧାଳୁ ରାସ୍ତା କଡରେ ଠିଆ ହୋଇ ଧୂପଦୀପ ସହ, ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରିଥିଲେ । ଦେବୀଙ୍କ ଛତର ବାହାରି ଗାଁ ପରିକ୍ରମା ସମପୁରେ ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଚିଲିଗୁଡା ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ସଂକୀର୍ତ୍ତନ ଦଳ କଳାକାରମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କ ଛତରକୁ ପାଛୋଟି ନେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ପହଞ୍ଚାଇଥିଲେ । ଛତର ପୀଠରେ ପହଞ୍ଚିବା ପରେ ବିଧି ଅନୁସାରେ ପୂଜାପାଠ ଆରମ୍ଭ ହୋଇଥିଲା। ପୂଜାପାଠ ସମୟରେ ହଜାର ହଜାର ଶ୍ରଦ୍ଧଳୁ ଅପୁତ୍ରୀକ ମହିଳାମାନେ ପୁତ୍ର ସନ୍ତାନ ପାଇଁ ଗୁହାରୀ କରିଥିଲେ । ଦେବୀଙ୍କ ଉପରେ ସ୍ତ୍ରୀମାନଙ୍କ ବିଶ୍ୱାସ କେଉଁ ଆବାହମାନନ କାଳରୁ ଚାଲି ଆସିଛି । ଯାହାରି ଫଳରେ ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ ବୋଲି ଦେବୀ ପୂଜକ ମନ୍ଦିର ପୁଝାରୀ ଓ ମହିଳା ଭକ୍ତମାନେ ପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ପୁରୁସୋତ୍ତମ୍ ସିଂହ ରାଜପୁତ ଙ୍କ ସହ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ ସଂଘଶ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More