ନିଆରା ଢଙ୍ଗରେ ୨୬ ତମ ଜନ୍ମ ଦିନ ପାଳନ କଲେ ସମାଜସେବୀ

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : ଆଜିର ଆଧୁନିକ ଯୁଗରେ ଲୋକମାନେ ବିଭିନ୍ନ ବଡ଼ବଡ଼ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ରେ କେକ୍ କାଟି, ବେଲୁନ ଫଟାଇ ନାଚଗୀତରେ ମଉଜମସ୍ତି କରି ନିଜର ଜନ୍ମ ଦିନ ପାଳନ କରିଥାନ୍ତି। କିନ୍ତୁ ଅଭିନବ ଉପାୟରେ ପାଳିଛନ୍ତି ଜଣେ ସମାଜସେବୀ ତଥା ଗଣ ମାଧ୍ୟମ ପ୍ରତିନିଧି। ଜନ୍ମଦିନରେ ଦୀପ ଲିଭେଇବା ଆଜିକାଲିକା ଫେଷନ୍ ହେଇଯାଉଥିବା ବେଳେ ନିଜ ଗୁରୁଙ୍କ ପାଖେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପାଳିଛନ୍ତି ସମାଜସେବୀ। ଆଜି ତା 25.05.2022 ରିଖ ବୁଧବାର ଦିନ ସକାଳ ୬ ଘଣ୍ଟା ସମୟରେ ଜନ୍ମ ଦିନ ପାଳନ କରିଛନ୍ତି ତାହା ଆପଣ ମାନେ ମଧ୍ୟ ଶୁଣି ଖୁସିହେବେ। କର୍ଲାମୁଣ୍ତା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ସ୍ଥିତ ଖଲିଆପାଲି ଗାଁରେ ଝାଟିମାଟି ଘରେ ରହୁଥିବା ସମାଜସେବୀ ତଥା ଗଣ ମାଧ୍ୟମ ପ୍ରତିନିଧି ସରୋଜ ସାହୁ ଆଜି ତାଙ୍କର ୨୬ ତମ ଜନ୍ମ ଦିନ ଅବସରରେ ବୃଦ୍ଧ ବାପା ମା ମାନଙ୍କୁ ତଥା ନିଜ ହାତରେ ୪୦ ଜଣ ଲୋକଙ୍କୁ ଗୋଟିଏ ଗୋଟିଏ କମ୍ବଳ ଦେଇ ସେମାନଙ୍କ ମନରେ ହସ ଫୁଟାଇ ଛନ୍ତି। ପ୍ରଥମେ ମଦନପୁର ରାମପୁର ରାମକୃଷ୍ଣ ଆଶ୍ରମ ର ସ୍ଵାମି ବୈରାଗ୍ୟାନନ୍ଦ ମହାରାଜ ଜି ଙ୍କ ଫଟୋ ରେ ଦୀପ ପ୍ରଜ୍ବଳନ କରିବା ପରେ ପ୍ରଥମେ ନିଜର ବାପା ମା ପୂଜା କରୁଥିବା ବେଳେ ଠିକ ସେହି ସମୟରେ ବାଟରେ ଯାଉଥିବା ଜଣେ ଅନ୍ଧ ଙ୍କୁ ଦେଖିଥିଲେ ବାପା ମା ସହ ସେହି ଅନ୍ଧ ଙ୍କୁ ଭଗବାନ ଙ୍କ ରୂପଦେଇ ତାଙ୍କର ପୂଜା କରି ଆଶିର୍ବାଦ ନେଇଥିଲେ । ଏହି ଜନ୍ମ ଦିନରେ କର୍ଲାମୁଣ୍ଡା ଅଞ୍ଚଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେଶ ଚୈ।ଧୁରୀ ଓ ସମାଜସେବୀ ମନୋଜ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ EX army ଭିକାରୀ ଚରଣ ସାହୁ ସମେତ, ଅର୍ଗସ ଟିଭି ର ନର୍ଲା ସବଡିଭିଜନ ପ୍ରତିନିଧି ଶୁଭମ କୁମାର ଅଗ୍ରୱାଲ, କବିତା ପାଣିଗ୍ରାହି ଓ ବୋରପଦର ନାଏକ ସରପଞ୍ଚ ମିଥିଳା ସାହୁ ଥିଲେ ତଥା ଆଖପାଖର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଏବଂ 05ନମ୍ବର ୱାର୍ଡ ଗ୍ରାମବାସୀ ମାନେ ଉପସ୍ଥିତ ରହି ସୁନ୍ଦର ଓ ସୁରୁଖୁରୁରେ ପାଳନ କରିଥିଲେ। କଳାହାଣ୍ଡି ଜିଲ୍ଲା ରୁ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More