ନିଆରା ଢଙ୍ଗରେ ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସ୍ତ୍ରୀ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ନିଆରା ଢଙ୍ଗରେ ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସ୍ତ୍ରୀ l ସ୍ୱର୍ଗତ ସାରଦା ପଟ୍ଟନାୟକଙ୍କ ସ୍ମୁତିରେ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସେହି ବିଦ୍ୟାଳୟର ଜଣେ ଗରିବ ଓ ମେଧାବୀ ଛାତ୍ର କୃଷ୍ଣ ଚନ୍ଦ୍ର ସାହୁଙ୍କୁ 10ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସ୍ୱାମୀଙ୍କ ସ୍ବପ୍ନ କୁ ପୂରଣ କରିବା ଲାଗି ଶିକ୍ଷୟତ୍ରୀଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି l ପ୍ରତେକ ବର୍ଷ ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଗୋଟିଏ ଗରିବ ଏବଂ ମେଧାବୀ ଛାତ୍ରଙ୍କୁ ପାଠ ପଢାରେ ସହାୟତା କରିବା ଲାଗି କିଛି ନା କିଛି ସାହାଯ୍ୟ କରିଥାନ୍ତି l ତେବେ ପୁରୀ ବଡ ଦାଣ୍ଡ ସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ଚଳିତ ଥର ସ୍ୱାମୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଗରିବ ମେଧାବୀ ପିଲାଙ୍କୁ ପାଠ ପଢିବା ଲାଗି ଆର୍ଥ ପ୍ରଦାନ କରିଛନ୍ତି । ଶିକ୍ଷୟତ୍ରୀଙ୍କ ଏଭଳି ପ୍ରୟାସ ଅନ୍ୟମନଙ୍କ ପାଈଁ ଉଦାହରଣ ସୃଷ୍ଟି କରିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More