ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

13

Get real time updates directly on you device, subscribe now.

ନବରଙ୍ଗପୁର-(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲାର ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଅବସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ସୂଚନା ମୁତାବକ ତାରାଗାଁ ସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର କାର୍ୟ୍ୟରତ ଶିକ୍ଷକ ସେକ୍ ହିଫଜୁର୍ ରେହେମାନ୍ ଗତ ଜୁଲାଇ ମାସ ୩୧ ତାରିଖରେ ସରକାରୀ ଭାବରେ ଅବସର ଗ୍ରହଣ କରିଛନ୍ତି |ଏହି ଅବସରରେ ତାରାଗାଁ ଗ୍ରାମବାସୀଙ୍କ ତରଫରୁ ଶିକ୍ଷକ ସେକ୍ ହିଫଜୁର୍ ରେହେମାନ୍ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ନିମନ୍ତେ ବିଦ୍ୟାଳୟ ପରିସରରେ ମଧ୍ୟରେ ଏକ ସମର୍ଦ୍ଧନା ସmasihaଭା ଆୟୋଜନ କରାଯାଇଥିଲା । ପ୍ରଥମେ ଆଦର୍ଶ ପ୍ରିୟର ଶିକ୍ଷକ ସେକ୍ ହିଫଜୁର୍ ରେହେମାନ୍ ଙ୍କୁ ଗ୍ରାମବାସୀଙ୍କ ତରଫରୁ ବାଜା ବାଜଣା ସହିତ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରଯାଇଥିଲା | ଗ୍ରାମ ପରିକ୍ରମା ସମୟରେ ଗ୍ରାମର ବୃଦ୍ଧ ମହିଳା ମାନେ ଶିକ୍ଷକ ହିଫଜୁର୍ ରେହେମାନ୍ ଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ଆଶୀର୍ବାଦ ଦେଉଥିବା ବେଳେ ଗ୍ରାମର ପୂର୍ବତନ ଛାତ୍ର ଛାତ୍ରୀ ମାନେ ମଧ୍ୟ୍ୟ ପୁଷ୍ପମାଲ୍ୟ ଦେଇ ପ୍ରିୟର ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ କାମନା କରୁଥିଲେ | ଏହି ଶୋଭାଯାତ୍ରା ସମୟରେ କିଛି ମହିଳାଙ୍କ ଆଖିରେ ଛଳ ଛଳ ଲୁହ ବାହାରୁଥିବା ଦେଖିବାକୁ ମିଳିଥିଲା | ଶୋଭାଯାତ୍ରାଟି ବିଦ୍ୟାଳୟରେ ପହଞ୍ଚିବା ପରେ କୁନି କୁନି ଛାତ୍ରଛାତ୍ରୀ ପ୍ରିୟର ଶିକ୍ଷକଙ୍କୁ ପୁଷ୍ପମାଲ୍ୟ ଦେଇ ପାଛୋଟି ନେଇଥିଲେ |ଗ୍ରାମବାସୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆୟୋଜିତ ଅବସର କାଳୀନ ସମର୍ଦ୍ଧନା ସଭାରେ ଜନାବ ନଜିବୁଲ୍ଲା ଖାନ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଦୀପ କୁମାର ନନ୍ଦ ଯୋଗଦେଇ ଅବସର ପ୍ରାପ୍ତ ଶିକ୍ଷକଙ୍କ କର୍ମଠ,ସରଳ, ମାର୍ଗଦର୍ଶକ, ଛାତ୍ରବତ୍ସଳ ଓ ପରୋପକାରୀ ଗୁଣର ଭୂୟସି ପ୍ରଶଂସା କରିଥିଲେ । ଅବସର ଗ୍ରହଣ କରିଥିବା ଶିକ୍ଷକ ହିଫଜୁର୍ ରେହେମାନ୍ ଗତ ୧୯୮୬ ମସିହାରୁ ଦୀର୍ଘ ୩୭ ବର୍ଷ ଧରି ଏଠାରେ ଶୃଙ୍ଖଳିତ ଭାବେ ଶିକ୍ଷକତା କରି ବେଶ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଥିଲେ । ନିଜ ଶିକ୍ଷକତା ସମୟ ମଧ୍ୟରେ ସେ ବହୁ ପୋଲିସ ଅଫିସର,ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିଛନ୍ତି । ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାକୁ ଶିକ୍ଷାବିତ ଅନାମୁ ସେଠିଆ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକଙ୍କ ତ୍ୟାଗପୂତ ଜୀବନୀ ଓ ଛାତ୍ର ବତ୍ସଳ ଗୁଣର ସ୍ମୃତି ଚାରଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଧର୍ମପତ୍ନୀ ରେହେମା ବେଗମ,ନାୟବ ସରପଞ୍ଚ ସୁଭଦ୍ରା ଦିଶାରୀ, ନରସିମ୍ ବାନ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମର ମହିଳା ଓ ପୁରୁଷ ବହୁତ ସଂଖ୍ୟାରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ଏବଂ ପୁରାତନ ଛାତ୍ରଙ୍କ ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More