ନୟାଗଡ ( ସଂଘର୍ଷ ମିଡିଆ ) : – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର କୋରଡ଼ା ଗ୍ରାମରେ ଏବଂ ସଂପଡା ପଞ୍ଚାୟତର ସଂପଡା ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ପ୍ରାଙ୍ଗଣରେ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜୀବିକା ମିଶନ,ପଞ୍ଚାୟତ ରାଜ ଓ ପାନୀୟ ଜଳ ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଗ୍ରାମର ସମସ୍ତ ମହିଳା ,ଗାଁ ସଭାପତି,ସମ୍ପାଦକ,ଏସ.ଏଚ୍.ଜି ,ଆସା ଦିଦି ,ଅଙ୍ଗନବାଡ଼ି କର୍ମୀ,କୃଷି ମିତ୍ର, ପ୍ରାଣୀ ମିତ୍ର,B L C,କିଶୋରୀ ବାଳିକା,ମାତୃ ମଞ୍ଚର ସଦସ୍ୟା,ଗର୍ଭବତୀ ମା ମାନେ,ପ୍ରସୂତି ମା ମାନଙ୍କ ସମେତ CDPO ବ୍ଲକ ଅଧିକାରୀ ମାନଙ୍କୁ ଡାକିଥିବା କହିଛନ୍ତି କୋରଡ଼ା ଗ୍ରାମର କୃଷି ମିତ୍ର କଲ୍ୟାଣୀ ଦାସ।ଏହି କାର୍ଯ୍ୟକ୍ରମ ରେ ପୁଷ୍ଟି ଓ ପୁଷ୍ଟି ହୀନତା କଣ ଏହାର କାରଣ ଏବଂ ନିରାକରଣ କିପରି ହୋଇପାରିବ, ପୁଷ୍ଟହୀନତା ଯୋଗୁଁ ହେଉଥିବା ବିଭିନ୍ନ ରୋଗ ଓ ସମସ୍ୟା, ସୁସ୍ଥ ନିରୋଗ ରହିବା ପାଇଁ କେଉଁ ପୁଷ୍ଟି ସାର ଖାଦ୍ୟର ଆବଶ୍ୟକ,ଏହା କେଉଁ ଥିରୁ ମିଳେ କିଭଳି ଭାବରେ ଆମେ ରାସାୟନିକ ସାର ଠାରୁ ଦୂରରେ ରହି ଜୈବିକ ସାର ପ୍ରୟୋଗ କରି ବାଡି ଅଗଣାରେ ଦେଶୀ ଭାବରେ ଖାଦ୍ୟ ଉତ୍ପାଦନ କରିପାରିବା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେଭଳି ଭାବରେ ସଂପଡା ଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବ ରେ ସୋୟଂ ସହାୟକ ଗୋଷ୍ଠୀ ଆଞ୍ଚଳିକ ମଞ୍ଚ ୨ର C R P ଝୁନୁ ସାହୁ ମାଇଛେଲି ପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ପରିଡ଼ା ମବିକେ,ବିଲସି, ଇଏଲଏସ୍ପି, ମୁଖ୍ୟ ଅତଥି ଭାବେ ମାଈଛେଳି ଗ୍ରାମପଞ୍ଚାଯତର ଭିଏଲଡବ୍ଲୁ ସମ୍ମାନିତ ଅତିଥି ଭାବେ ଅଙ୍ଗୱାଡ଼ି କର୍ମୀ ର ଶିକ୍ଷକ ପ୍ରମୋଦ କୁମାର ଖଣ୍ଡୁଆଲ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ପୁଷ୍ଟିକର ପନିପରିବା ଓ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲାଏହି କାର୍ଯ୍ୟକ୍ରମରେ ସଂପଡା ଗ୍ରାମ ର କୁନି କଳାକାର ବିଭିନ୍ନ ପ୍ରକାର ସାଂସ୍କୃତିକ ନୁତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିଥିଲେ ଏବଂ ଗ୍ରାମର ମହିଳା ମାନଙ୍କ ଦ୍ଵାରା ସଂକିତନ୍ ଆୟୋଜିତ ହୋଇଥିଲା। ଅତିଥି ତଥା ମୁଖ୍ୟ ବକ୍ତା ଏହି ଉତ୍ସବରେ ଯୋଗଦେଇ ପାଳନ କରାଯାଉଥିବା ପୁଷ୍ଠି ଉତ୍ସବ ସମ୍ପର୍କରେ ଅବଗତ କରାଇଥିଲେ।।ସାରା ରାଜ୍ୟରେ ତ ଓଡ଼ିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହେଉଛି କିନ୍ତୁ କୋରଡ଼ା ଗ୍ରାମରେ ଏକ ନିଆରା ଢଙ୍ଗରେ ସଙ୍ଗୀତ ମାଧ୍ୟମରେ ନିଜ ସ୍ଵରରେ କୋରଡ଼ା ମହିଳା ମାନଙ୍କ ସୁନ୍ଦର ଭାବରେ ଏହି ଉତ୍ସବ କୁ ପାଳନ କରି ଥିବାରୁ ଅଞ୍ଚଳବାସୀ ବହୁ ପ୍ରଶଂସା କରିଛନ୍ତି। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।