ନିଆରା ଉଦାହରଣ ଯୁବ ମହିଳା ଚାଷୀ ପୂଜା

12

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ଦାଳ ଗ୍ରାମର ସାବୀତ୍ରୀ ମହାନ୍ତି ତଥା ପୂଜାଙ୍କ କଥା । ଯିଏ କଲେଜରେ ପଢୁଥିବା ସମୟରେ ବାପାଙ୍କ ଆର୍ଥିକ ପରିସ୍ଥିତିକୁ ଆଖି ଆଗରେ ରଖି ଟ୍ୟୁସନ କରି ଏକ ଅଟା କଳ ପକାଇ ଘରର ଆର୍ଥିକ ସ୍ଥିତି ସୁଧାରିବାରେ ବାପାଙ୍କୁ ସାହାଯ୍ଯ କରି ଆସୁଥିଲେ । ସେଥିରେ ତାଙ୍କ ମନ ବୁଝିଲାନି ୟୁଟୁବରୁ କାମ ଶିଖି ସେ ଆରମ୍ଭ କରିଥିଲେ ଛତୁ ଚାଷ ଏବେ ଛତୁ ଚାଷ କରି ହୋଇ ପାରିଛନ୍ତି ଜଣେ ସଫଳ ଛତୁ ଚାଷୀ । ଏବେ ଏହି ଯୁବ ମହିଳା ଚାଷୀ ଜଣଙ୍କ ଅଞ୍ଚଳବାସୀଙ୍କ ଅକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆର୍ଥିକ ଅନଟନରେ ନ ହାରି ଯାଇ ଏତେ କମ୍ ବୟସରୁ ଚାଷ କୁ ନିଜର ଜୀବନ ଜିବିକା ଭାବେ ବାଛି ନେଇଛନ୍ତି ପୂଜା ।ନିଜ ବାଡିରେ ଛତୁ ଚାଷ କରି ସେ ନିଜକୁ ବେଶ୍ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଛତୁ ଚାଷ ସହିତ ଦୁଗ୍ଧ ସଂଗ୍ରହ ଏବଂ ଅଟା କଳ ଚଳାଇ ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରନ୍ତି ପୂଜା । ଏହି ଛତୁ କିଣିବା ପାଇଁ ଆଖ ପାଖ ଅଞ୍ଚଳରୁ ଲୋକ ଆସୁଥିବା ଲୋକମାନେ ବେଶ୍ ପ୍ରସଂଶା କରନ୍ତି ପୂଜା ଙ୍କୁ । ଆଜିର ଯୁବପିଢି ଚାକିରି ପଛରେ ଧାଉଁଥିବା ବେଳେ ପୂଜା ଛତୁ ଚାଷ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଯାଜପୁରରୁ ଚିତ୍ତରଞ୍ଜନ ସିଂହଙ୍କ ରିପୋର୍ଟ୍ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More