ନିଆଁ ଲାଗି ଦୁଇ ପରିବାରର ଘର ଭସ୍ମୀଭୂତ

14

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବିଜାତଳା ବ୍ଲକ ବନକାଠି ପଞ୍ଚୟତର ବାଲିଆଢ଼ିପା ଗ୍ରାମରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା।ଫଳରେ ସେହି ସାହିରେ ଥିବା (ପାରାଉଡ଼ି)ଦୁଇ ପରିବାରର ଘରରେ ନିଆଁ ବ୍ୟାପି ଯାଇଥିଲା। ଅପରାହ୍ନ ୧ଘଟିକା ସମୟରେ ଘରେ କେହି ନଥିବା ସମୟରେ ଏହି ଅଘଟଣ ଘଟି ଥିଲା। ଅନନ୍ତ ଚରଣ ଟୁଡୁ ଏବଂ ଦୁବରାଜ ବାସ୍କେ ନାମକ ବ୍ୟକ୍ତି ମାନଙ୍କ ଘରେ ନିଆଁ ଲାଗିବା ଫଳରେ ଉଭୟ ପରିବାରର ଆଧାର କାର୍ଡ, ପାସବହି, ଭୋଟର ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ୱାର୍ଡ ମେମ୍ବର ବିଦ୍ୟାଧର ସରେନଙ୍କ ପରାମର୍ଶରେ ଦମକଳ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ ବିଜୁଳି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରା ଯାଉଛି ବୋଲି କହିଛନ୍ତି।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More