ନିଆଁ ଲାଗି ଘର ଧୂଳିସାତ : ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଦାବି

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ ଅନ୍ତର୍ଗତ ଛତ୍ରବର ଗ୍ରାମ ର ଦୁଲବ ଭତରା ଙ୍କ ଘରେ କୌଣସି କାରଣ ରୁ ପାହାନ୍ତିଆ ସମୟରେ ନିଆଁ ଲାଗି ଯାଇଥିବାରୁ ତାଙ୍କର ତିନି ବଖରା ଘର ନଷ୍ଟ ହୋଇଯାଇଛି | ସୂଚନାନୁଯାୟୀ ଗତକାଲି ପାହାନ୍ତିଆ ସମୟ ରେ ଦୁଲବ ଭତରା ଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା | ଏହା ଜାଣିବା ପରେ ଦୁଲବ ପାପଡାହାଣ୍ଡି ଅଗ୍ନିଶ୍ରମ ବିଭାଗ କୁ ଫୋନ କରି ଜଣାଇବା ପରେ oic ଦେବଚନ୍ଦ ଶବର , ହାବିଲଦାର ଗୋଲକ ବିହାରୀ ଶବର , ନୀଳମଣି ନାୟକ, ଭରତ ରଣା , ଡ୍ରାଇଭର ମାର୍କୋସ ତପନ , ଘଟଣା ସ୍ଥଳକୁ ଯାଇ ନିଆଁ ଲାଗିଥିବା ଘର କୁ ଲିଭାଇ ଥିଲେ | ଅଗ୍ନିକାଣ୍ଡ ରେ ଘରର ସବୁ ଆବାସ ପତ୍ର ପୋଡି ନଷ୍ଟ ହୋଇଯାଇଛି | ଏନେଇ ସ୍ଥାନୀୟ ବାସିନ୍ଦା ଦୁଲବ ଭତରାଙ୍କୁ ନୂତନ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାପାଇଁ ଦାବୀ କରିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More