ନିଆଁରେ ଚାଲିଲେ ସ୍ୱାମୀ ଆୟୋପା ବ୍ରତଧାରୀ , ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ବାବା ବୈଦନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବାମୀ ଆୟାପ୍ପାଙ୍କ ଆମ୍ବଲମ୍ ଓ ଅଗ୍ନିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଗ୍ନିପୂଜାରେ ସନ୍ଧ୍ୟା ୫ ସମୟ ରେ ସ୍ବାମୀମାନେ ଉମରକୋଟର ମା ପେଣ୍ଡ ରାଣୀ ମନ୍ଦିରରୁ ବାହାରି ନଗର ପରିକ୍ରମା କରିଥିଲେ । ପରେ ସହ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆମ୍ବଲମ୍ ପୂଜା ହୋଇଥିଲା । ଏହା ପରେ ଆୟାପ୍ପା ଭକ୍ତ ନଳିନୀ ରଞ୍ଜନ ମିଶ୍ରଙ୍କ ରଚିତ ପୁସ୍ତକ ନିଥିଂ ବଟ ଆୟାପ୍ପା ଉନ୍ମୋଚନ କର ଯାଇଥିଲା । ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବରିଷ୍ଠ ବିଜେଡି ନେତା ଜୟଦେବ ପରିଡା, ପୌର ଅଧ୍ୟକ୍ଷା ରାଧା ଭତ୍ରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶିଳା ମାଝୀ, ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝୀ,ଉମରକୋଟ ବିଡ଼ିଓ ହିମାଞ୍ଚଳ ମାଝୀ, ଉମରକୋଟ ତହସିଲଦାର ଏନ. ଜଗଜୀବନ ଚୌଧୁରୀ, ଆଇ. ଆଇ. ସି ଦୀପକ କୁମାର ଜେନା, ବିଜେଡି ନେତା ଦେବିସିଂ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ l ଏହା ଛଡା ଜିଲ୍ଲା ରୁ ପ୍ରାୟ ୨୦୦ ସ୍ବାମୀ ଯୋଗ ଦେଇଥିଲେ । ଏହି ଅଗ୍ନିପୂଜାରେ ଭଦ୍ରାଚଳମରୁ ଆସିଥିବା ସ୍ଵାମୀ ମାନେ ଆୟାପ୍ପାଙ୍କ ଭଜନ ପରିବେଷଣ କରିଥିଲେ । ଏହାପରେ ଅଗ୍ନିପୂଜା ରେ ସ୍ବାମୀମାନେ ନିଆଁ ରେ ଚାଲିବା ସହ ଆୟାପ୍ପାଙ୍କ ଅଶ୍ରିବାଦ ଲାଭ କରିଥିଲେ । ସ୍ବାମୀଏ ଆୟାପ୍ପା ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ମନ୍ଦିର ପ୍ରାଙ୍ଗଣ ।ଏହି କାର୍ଯ୍ୟକ୍ରମରେ ଜୟପୁର ରୁ ଆସିଥିବା ରାବଣାଗୁରୁ ସ୍ବାମୀ ଆଶିଷ ପ୍ରଦାନ କରିଥିଲେ ।ଉମରକୋଟରୁ ବହୁ ଭକ୍ତ ଏହି କାର୍ଯ୍ୟକ୍ରମ ଦେଖିବାକୁ ଆସିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗୁଲିପାଟଣ ବାବା ବୈଦ୍ୟନାଥ ମନ୍ଦିର କମିଟି, କଳିଙ୍ଗ କଳା ଓ ସଂସ୍କୃତିକ ଯୁବ ପରିଷଦ ଓ “ପ୍ରେସ୍ କ୍ଲବ” ଉମରକୋଟର ସଦସ୍ୟମାନେ ପରିଚାଳନା କରିଥିଲେ । ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More