ନାୟକରୁ ଏବେ ଖଳନାୟକ, ଯାତ୍ରା ଜଗତର ଲଣ୍ଡା ଖଳନାୟକ ଦେବ ପୁଷ୍ପା

28

Get real time updates directly on you device, subscribe now.

  • କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଯାତ୍ରା କଳାକାରମାନେ ପେଣ୍ଡାଲର ନାଲିନିଳ ଝିକ୍ ମିକ୍ କରୁଥିବା ଲାଇଟ୍ ରେ ମୁହଁରେ ପାଉଡର ବୋଳିହୋଇ କେତେକଣ ଅଭିନୟ କରିଥାନ୍ତି। ଯାତ୍ରାକୁ ଭଲପାଉଥିବା ଯାତ୍ରା ପ୍ରେମିମାନେ ଗୋଟିଏ ପେଣ୍ଡାଲ ରେ ତିନିଚାରି ଦିନ ନାଟକ ଦେଖିଥାନ୍ତି କିନ୍ତୁ ଯାତ୍ରା କଳାକାର ମାନେ ବର୍ଷକ ଶାରା ରାତିରେ ନ ସୋଇ ଯାତ୍ରା ମଞ୍ଚରେ ଅଭିନୟ କରିଥାନ୍ତି। ଯାତ୍ରା ପ୍ରେମୀ ମାନଙ୍କୁ କଳାକାରମାନେ ନିଖୁଣ ଅଭିନୟରେ ନାଟକ ସରିବା ଯାଏଁ ବାନ୍ଧି ରଖିଥାନ୍ତି। ଦର୍ଶନମାନେ ନାଟକ ଦେଖି ଆଖିରୁ ଲୁହ ଝରାନ୍ତି ତ ଆଉ କେଉଁମାନେ ହସି ହସି ମଜା ନିଅନ୍ତି। ଆଜିର ଆଧୁନିକ ଯୁଗରେ ଯାତ୍ରାର ଡିମାଣ୍ଟ ଏତେ ପରିମାଣରେ ବଢିଯାଇଛି ତାହା କଳ୍ପନା କରିବା ଅସମ୍ଭବ। ସେହିପରି ଆମ ପ୍ରତିନିଧି ଙ୍କ ସହିତ ଭେଟ ହୋଇଥିଲେ ଏମିତି ଏକ ଯାତ୍ରା କଳାକାର, ସେ ଯାତ୍ରା ମଞ୍ଚରେ ଅଭିନୟ କରନ୍ତି ସତ ତାଙ୍କର ସେହି ଦୃଦାନ୍ତ ଅଭିନୟ ପାଇଁ ଦର୍ଶକମାନଙ୍କ ଠାରୁ ଗାଳି ସୁଣିବାକୁ ପଡିଥାଏ। ସେହି କଳାକାର ଆଉ କେହି ନୁହନ୍ତି ମହେଶ୍ୱର ଶର୍ମା ଓରଫ୍ ଯାତ୍ରା ଜଗତର ପରିଚିତ ନାଁ ତାଙ୍କର ଦେବ ପୁଷ୍ପା। ଛୋଟ ବେଳୁ ଦେବପୁଷ୍ପା ଙ୍କର ଅଭିନୟ ପ୍ରତି ଥିଲା ଅହେତୁକ ଦୃବଳତା। ଦେବପୁଷ୍ପା ଗାଁ ଡ୍ରାମାରେ ଅଭିନୟ କରି ଏବେ ଯାତ୍ରା ଦୁନିଆଁରେ ଖଳନାୟକ ଭାବେ ବେସ୍ ପରିଚିତ। ଦେବପୁଷ୍ପ ଙ୍କର ସେହି ଦୃଦାନ୍ତ ଖଳନାୟକ ଦେଖି ଲୋକମାନେ ଯେତିକି ଖୁସି ହୁଅନ୍ତି ତାଠାରୁ ଅଧିକ ଗାଳି ମଧ୍ୟ ଦିଅନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More