କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶିକ୍ଷା ବ୍ୟବସ୍ଥା ପ୍ରତି ଯେତେ ଯତ୍ନବାନ ହେଉଛନ୍ତି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସେତେ ଖୋଲା ମେଲାରେ ଚାଲିଛି। ଆଜିଯାଏଁ ବହୁତ ଗୁଡ଼ିଏ ସରକାରୀ ବିଦ୍ୟାଳୟ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ହୋଇଛି, ବିଦ୍ୟାଳୟ ଗୁଡିକୁ ରଙ୍ଗ ବେରଙ୍ଗର ଚାକଚକ୍ୟ ହୋଇଛି, ଉର୍ଣ୍ଣତ ମାନର ଇ- ଲାଇବ୍ରେରୀ , ସ୍ମାର୍ଟ କ୍ଲାସ ରୁମ୍ , ଅତ୍ୟାଧୁନିକ ଶୈଚାଳୟ , ଖେଳପଡିଆ କରାଯାଇଛି ସତ କିନ୍ତୁ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ। ଆବଶ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବା ହେତୁ ଛାତ୍ରଛାତ୍ରୀ ମାନେ କେଉଁଠି ଧାରଣାରେ ବସୁଛନ୍ତି ତ କେଉଁଠି ଅବିବାବକ ମାନେ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହେଉଛନ୍ତି। ଆଉ କେଉଁ ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଶ୍ରେଣୀ ଗୃହରେ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବଳଭଦ୍ର ପୁର ପଞ୍ଚାୟତର ବଳଭଦ୍ରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଦେଖନ୍ତୁ ଏହି ବିଦ୍ୟାଳୟର ଦୃଶ୍ୟ ରଙ୍ଗ ବେରଙ୍ଗରେ ଚକାଚକ୍ ହୋଇଛି ସତ କିନ୍ତୁ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନେ । ଏହି ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ପଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମାତ୍ର ଅଛନ୍ତି ଦୁଇଜଣ ଶିକ୍ଷକ । ହଁ ଆଜ୍ଞା ସରକାର ବିଦ୍ୟାଳୟ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା 5t ମାଧ୍ୟମରେ ଖର୍ଚ୍ଚ ହୋଇଛି ସତ କିନ୍ତୁ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ହରେକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦୃଶ୍ୟ। ବିଦ୍ୟାଳୟଟି ରଙ୍ଗ ବେରଙ୍ଗର ଚିତ୍ର ବିଚିତ୍ର ରେ ଚକାଚକ୍ ଦିସୁଛି , ଓ ଇ- ଲାଇବ୍ରେରୀ ଗୃହ ମଧ୍ୟ ହୋଇଛି , କିନ୍ତୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନାଅଛି କମ୍ପ୍ୟୁଟର ବ୍ୟବସ୍ଥା , ନା କାର୍ଯ୍ୟକାରୀ ହେଉଛି ନବନିର୍ମିତ ଶୈଚାଳୟ। ବର୍ଷା ହେଲେ ଖେଳପଡିଆ ରେ ଜମିଛି ପାଣି। ବର୍ଷାପାଣି ଜମି ରହିବା ଫଳରେ ଘାସ ପତ୍ର ପଚି ଦୃଗନ୍ଧ ହେଉଛି ବିଦ୍ୟାଳୟ ପରିସର। ବିଭାଗୀୟ ଅଧିକାରୀ ଏଥିପ୍ରତି ଉଚିତ୍ ଧ୍ୟାନ ଦେଲେ ଆମେ ଆଗାମୀ ଦିନରେ ସଠିକ୍ ପାଠ ପଢିପାରିବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ।