ନାହାଳପୁର ମହୋତ୍ସବ ଚୈତାଳୀ ୨୦୨୩ ଅନୁଷ୍ଠିତ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାବା ବିଶ୍ୱନାଥ ଯୁବପରିସଦ ଆନୁକୂଲ୍ୟରେ ପ୍ରଥମ ନାହାଳପୁର ମହୋତ୍ସବ ଚୈତାଳୀ 2023 ଅନୁଷ୍ଠିତ ହୋଇଯାଇଛି। ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକବ ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ।ନାହାଳପୁର ମହୋତ୍ସବ ମାଟିର ପର୍ବ ଦୁଇ ଦିନ ଧରି ଚାଲିଥିଲା।ଗ୍ରାମାଞ୍ଚଳରେ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନଙ୍କ ଦ୍ଵାରା ବାଣିଜ୍ୟ ମେଳା ଆୟୋଜନ କରାଯାଇଥିଲା।ପ୍ରଥମ ଦିନ ମୁଖ୍ୟ ଅତିଥି ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକ ଓ ଦ୍ୱିତୀୟ ଦିନ ମୁଖ୍ୟ ଅତିଥି ଭାବେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ନାହାଳପୁର ସରପଞ୍ଚ ଶ୍ରୀମତୀ ନିରୂପମା ଜେନା,ସମିତିସଭ୍ୟ ପ୍ରିୟବ୍ରତ ବେଉରା,ମୁଖ୍ୟ ବକ୍ତା ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି,ସଂମାନିତ ଅତିଥି ନିଉଜ ଆଙ୍କର ଭବାନୀ ମହାପାତ୍ର,ବିମାନ ବିହାରୀ ବେହେରା,ବିଶ୍ବମ୍ବର ଜେନା,କୃଷ୍ଣଚନ୍ଦ୍ର ମଲ୍ଲିକ,ଅକ୍ଷୟ ମହାନ୍ତି,ରାଜେନ୍ଦ୍ର ପ୍ରସାଦ ମହାପାତ୍ର,ସୁବୋଧ ପରିଡା,ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଦ୍ୱାରା କିଭଳି ଭାଇଚାରା ସୃଷ୍ଟି ହୁଏ ଆଲୋକପାତ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ନାୟକ ଓ ଧନଞ୍ଜୟ ନାୟକ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More