କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ପଂଚାୟତ ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ନାହାଳପୁର ଗ୍ରାମପାୟତ ସରପଞ୍ଚ ଶ୍ରୀମତୀ ନିରୂପମା ଜେନା ଓ ସମିତିସଭ୍ୟ ପ୍ରିୟବ୍ରତ ବେଉରାଙ୍କ ଆବାହନରେ ଶ୍ରୀଶାନ୍ତି ଆଇ ହସ୍ପିଟାଲ ବାଲିଚନ୍ଦ୍ରପୁର ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି ଚକ୍ଷୁ ଚିକିତ୍ସା ଶିବିରରେ 50 ଜଣରୁ ଉର୍ଦ୍ଧ୍ବ ଲୋକ ନାମ ପଞ୍ଜିକରଣ କରିଥିଲେ ଓ ତାଙ୍କ ମଧ୍ୟରୁ 13 ଜଣ ଵୃଦ୍ଧ ମଉସା ମାଉସୀଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଶ୍ରୀଶାନ୍ତି ଆଇ ହସ୍ପିଟାଲ ବାଲିଚନ୍ଦ୍ରପୁରକୁ ପଠାଯାଇଥିଲା।ଏହି ଚକ୍ଷୁ ଚିକିତ୍ସା ଶିବିରକୁ ମୁଖ୍ୟ ଅତିଥି ରୂପେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ଜିନା ଭୋଇ ଓ ସଂମାନିତ ଅତିଥି ରୂପେ କଣ୍ଟାପଡା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜଚିନ୍ଦ୍ର ବରାଳ ଆସି ବୁଲି ଦେଖିଥିଲେ ଓ ନାହାଳପୁର ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।ନୂତନ କରି ଦାୟିତ୍ବ ନେଇ ପଂଚାୟତରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଥିବାରୁ ସାଧାରଣରେ ଲୋକେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ପ୍ରଶଂସା କରିଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।