ପାରାଦୀପ (ସଂଘର୍ଷ ମିଡିଆ ) : -କୁଜଙ୍ଗ ବ୍ଲକ ନିକଟତମ ଝିମାଣି ଗ୍ରାମର ନାରାୟଣ ବୀରବର ସାମନ୍ତ କନିଷ୍ଠ ମହାବିଦ୍ୟାଳୟରେ ବାଳିକା ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାଯ୍ୟକ୍ରମ ଗତ 4ତାରିଖ ଏପ୍ରିଲ ସୋମବାର ଠାରୁ 12ତାରିଖ ଏପ୍ରିଲ ମଙ୍ଗଳବାର ପଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭ ଦିନ ମହାବିଦ୍ୟାଳୟର ଅଧକ୍ଷା ଡକ୍ଟର ବନପ୍ରଭା ପରିଡା ଅନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିବା ବେଳେ ଉଦଜାପନୀ ଉତ୍ସବରେ କୁଜଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ବିଶେଷ ଅତିଥି ଭାବରେ ଯୋଗ ଦେଇ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ଏହି ଶିବିରର ଗୁରୁତ୍ୱ ଓ କାଯ୍ୟକାରିତା ସଂପକ ରେ ସୂଚନା ଦେଇଥିଲେ। ଏହି କାଯ୍ୟକ୍ରମ ସମ୍ପାଦକ ଭାବରେ ଇଂରାଜି ବିଭାଗ ଅଧ୍ୟାପିକା ଶ୍ରୀମତୀ ସୁଷମା ମହାପାତ୍ର ଦାୟିତ୍ୱ ନେଇଥିବା ବେଳେ ପ୍ରଶିକ୍ଷଣ ଭାବରେ ଶ୍ରୁସି ଝରଣା ମଲ୍ଲିକ ଓ ଲଷ୍ମୀପ୍ରିୟା ବଳ ଶିକ୍ଷାଦାନ କରିଥିଲେ. ଆଠଦିନ ଧରି ଚାଲିଥିବା ଏହି କାଯ୍ୟକ୍ରମକୁ ଚତୃର୍ଥ ଶ୍ରେଣୀ କର୍ମଚାରୀ ଅଜୟ ପଲାଇ ଓ ମହିଳା ସହାୟିକା ପିଙ୍କି ଓଝା ସୁଚ୍ଛାରୁରୂପେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉଦଜ୍ୟାପନି ଉତ୍ସବରେ ଯୋଗ ଦେଇ କାଯ୍ୟକ୍ରମକୁ ସଫଳ କରାଇଥିଲେ ।