ନାମାଙ୍କନ ପତ୍ର ଦାଖଲ ସମୟରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜିରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

43

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନାମାଙ୍କନ ପତ୍ର ଦାଖଲ ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜିରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ, ପୁଲିସର ହସ୍ତକ୍ଷେପ l ଆଜି ଅପରାହ୍ନ ସାଢେ 2ଟା ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ନାରାବାଜିରେ ମୁହାଁମୁହିଁ ହୋଇଛନ୍ତି l ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ଉଭୟ ଏକା ସମୟରେ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ବାହାରେ ଉଭୟ କର୍ମୀ ଉଭୟଙ୍କ ସପକ୍ଷରେ ନାରାବାଜି ଦେଇ ମୁହାଁମୁହିଁ ହୋଇଥିଲେ l ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପ୍ରକମ୍ପିତ ହୋଇ ଉଠିଥିଲା l ଘଟଣା ସ୍ଥଳରେ ଏସପି ପିନାକ ମିଶ୍ର, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀମାନେ ପହଂଚି ପରିସ୍ଥିତିକୁ ଆୟତ୍ତ କରିଥିଲେ l ଉଭୟ କର୍ମୀଙ୍କୁ ବାହାରକୁ ପଠାଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More