ଭଦ୍ରକ)ସଂଘର୍ଷ ମିଡିଆ) :- ନାବାଳିକା ଝିଅ ଅପହରଣ କୁ 3 ମାସ ବିତିଯାଇଥିଲେ ମଧ୍ୟ ଭଦ୍ରକ ସହରାଞ୍ଚଳ ପୋଲିସ ଖୋଜିବାରେ ବିଳମ୍ଭ କରୁଥିବାରୁ ଝିଅର ପରିବାରଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ହେବା ଯାଏ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଏଲଖା ଅଞ୍ଚଳରେ ଦୀର୍ଘ 20 ବର୍ଷ ଧରି ଭଡାରେ ରହୁଥିବା ଶ୍ରୀକାନ୍ତ ମଲ୍ଲିକଙ୍କ 16 ବର୍ଷର ନାବାଳିକା ଝିଅକୁ ଗତ 10.08.23 ତାରିଖରୁ ବିଶ୍ୱଜିତ ମହାନ୍ତି ନାମକ ଯୁବକ ତାଙ୍କୁ ଅପହରଣ କରି ନେଇଛି । ଏହି ଅପହରଣ ଘଟଣାକୁ ନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆଜକୁ 3 ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମୋ ଝିଅକୁ ଖୋଜି ଆଣି ଦେଉ ନାହାନ୍ତି ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବାରମ୍ବାର ପୋଲିସ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି ବୋଲି ଝିଅର ପରିବାର ଲୋକମାନେ। ମୋତେ ନ୍ୟାୟ ଦିଆଯାଉ ବୋଲି ଝିଅର ପରିବାର ଲୋକମାନେ ଦାବି କରିଛନ୍ତି ।