ନାବାଳିକା ଅପହରଣକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଅପହରଣକାରୀର ଟେର ପାଉନି ମାହାଙ୍ଗା ପୋଲିସ

11

Get real time updates directly on you device, subscribe now.

ମାହାଙ୍ଗା(ସଂଘର୍ଷ ମିଡିଆ ) : ମାହାଙ୍ଗା ପୋଲିସର ପାରିବା ପଣିଆ ଉପରେ ଏଠି ଉଠୁଛି ପ୍ରଶ୍ନ। ଖାଲି ମାମଲା ରୁଜୁ କରି ଦାୟିତ୍ବ ସରିଦେଇଛି ପୋଲିସ। ନା କରୁଛି ତଦନ୍ତ ନା ପହଞ୍ଚି ପାରୁଛି ଅପହରଣକାରୀ ପାଖରେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଦୋବଣ୍ଡିଆ ଗ୍ରାମରେ। ନାବାଳିକା ମୋନାଲିସା ମାହାଙ୍ଗା ଅଞ୍ଚଳର ସୁଲତାନପୁର ଠାରେ ନିଜ ମାମୁଁ ଘରେ ରହି ଜୱାହର ଲାଲ ନେହେରୁ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ। ଉକ୍ତ ମହାବିଦ୍ୟାଳୟ ନିକଟରେ ଥିବା ପି କେ ଟିଉଟରିଆଲରେ କୋଚିଙ୍ଗ ନେଉଥିଲେ। ଗତ ଏପ୍ରିଲ ଚାରି ତାରିଖ ସଖାଳ ସମୟରେ ମୋନାଲିସା ମାମୁଁ ଘରୁ କୋଚିଙ୍ଗ ବାହାରି ଯାଇଥିଲେ କିନ୍ତୁ ମଧ୍ୟାହ୍ନ ସୁଦ୍ଧା ଘରକୁ ନଫେରିବାରୁ ଏନେଇ ପରିବାର ଲୋକ ମାହାଙ୍ଗା ଥାନାରେ ମୁଖ୍ୟ ଅଭିଯୁକ୍ତ ଯୁଳୁକା ନାୟକ ସମେତ ଅନ୍ୟ ତିନି ଜଣକ ନାଁରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହାରି ଭିତରେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମାହାଙ୍ଗା ପୋଲିସ ହାତରେ ଲାଗି ପାରୁନି ଅଭିଯୁକ୍ତ କି ଉଦ୍ଧାର ହୋଇପାରୁନି ନାବାଳିକା। ଏବେ ମାହାଙ୍ଗା ପୋଲିସର ପାରିବା ପଣିଆ ଅପେକ୍ଷାରେ ଅପହୃତା ନାବାଳିକାର ପରିବାର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More