ନାଟ୍ୟକାର ପୁଲିନ ବିହାରୀ ମାନସିଂହଙ୍କ ସ୍ମୃତିରେ ଖାଦ୍ୟ ବଣ୍ଟନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

41

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ମହାନ ନାଟ୍ଯକାର ତଥା ସମାଜସେବୀ ପୁଲିନ ବିହାରୀ ମାନସିଂହଙ୍କ ସ୍ମୃତିରେ ତାଙ୍କ ନାମରେ ଗଠିତ ପୁଲିନ ମାନସିଂହ ଫ୍ୟାନ୍ସ କ୍ଲବ ତରଫରୁ ସେକ୍ଟର ୬ ଲେପର୍ସି କଲୋନୀର ଜଗନ୍ନାଥ ଆଶ୍ରମ ଠାରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଥିଲା । ଫ୍ୟାନ୍ସ କ୍ଲବର ମୁଖ୍ୟ ସୁନିଲ ମାନସିଂହ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂବର୍ତନ ପୁଲିସ ଅଧିକାରୀ ସୁମନ ଦତ୍ତ, ସମାଜସେବୀ ସଚ୍ଚିଦାନନ୍ଦ ପରିଡା, ଅଶୋକ ବଳ,ଭୂଷଣ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମାନସିଂହ ଙ୍କ ସ୍ମୃତିଚାରଣ ସହ ବିସ୍କୁଟ, ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସର ୧୩ତାରିଖ ଦିନ ଫ୍ୟାନ୍ସ କ୍ଲବ ତରଫରୁ ସ୍ବର୍ଗତ ମାନସିଂହ ଙ୍କ ସ୍ମୃତିରେ ବିଭିନ୍ନ ବସ୍ତି ଅଞ୍ଚଳରେ ଫଳ,ମାସ୍କ ବଣ୍ଟନ ସହ ସାମାଜିକ କାର୍ଯ୍ୟମାନ କରାଯାଇ ଆସୁଅଛି । ଚଳିତ ମାସ ୧୨ତମ ମାସ ହୋଇଥିବା ବେଳେ ଏହିଭଳି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିଥିଲେ । ସେହିପରି ସେକ୍ଟର ୬ ଜି ବ୍ଲକ ନିକଟସ୍ଥ ଭଗବତପଲ୍ଲୀ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜିତ କରାଯାଇ ପ୍ରାୟ ୧୫ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଡାକ୍ତର ଜ୍ଞାନରଂଜନ ଗିରି,ଡାକ୍ତର ମାଇସା ସୋରେନ, ସମାଜସେବୀ ସୁମନ ଦତ୍ତ,ବିଜେଡି ନେତା ସୁଧୀର ସୁନ୍ଦର ରାୟ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି,କଂଗ୍ରେସର ବରିଷ୍ଠ ନେତା ବିରେନ ସେନାପତି, ସୁର ରାଉତ, ଗୌତମ ବଡା,ଲଲନ ଠାକୁର, ପୁଷ୍ପା ସାହୁ,କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉସ୍ଛାହିତ କରବା ସହ ସ୍ବର୍ଗତ ମାନସିଂହଙ୍କ ସହ ବିତାଇଥିବା ମୁହୁର୍ତ୍ତଗୁଡିକୁ ରୋମନ୍ଥନ କରିଥିଲେ । ପୁଲିନ ମାନସିଂହ ଆମଗହଣରେ ନାହାଁନ୍ତି ସତ ମାତ୍ର ତାଙ୍କ ସାମାଜିକ ଦାୟିତ୍ୱବୋଧ, ଭାଷାସାହିତ୍ୟ ଓ ନାଟକ ପ୍ରତି ପ୍ରତିବଦ୍ଧତା ସର୍ବୋପରି ସମାଜସେବା ଆମ୍ଭମାନଙ୍କୁ ପ୍ରେରଣା ଯୋଗଉଛି ବୋଲି ଅତିଥି ମାନେ ମତ ରଖିଥିଲେ । ଉଭୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସନ୍ତୋଷ ବେହେରା,ପ୍ରଭାତ ସାହୁ,ଉପେନ୍ଦ୍ର ଜେନା,ରାକେଶ ଆଶିଷ,ଦେବରାଜ ଲେଙ୍କା,ପ୍ରମୋଦ ସେଠୀ,ବିନୋଦ ମିଶ୍ର,ପ୍ରଶାନ୍ତ ପରିଡା,ଆଶିଷ ଜେନା,ଶଙ୍କର ଦାସ,ହରିହର ମହାରଣା,ରମାକାନ୍ତ ରଥ,ଗଣେଶ୍ବର ରାୟ,ପ୍ରଫୁଲ୍ଲ ମିଶ୍ର,ସଂଜୀବ ନାୟକ, ଅନନ୍ତ ପଟ୍ଟନାୟକ, ସୁଦର୍ଶନ ଜେନା ଙ୍କ ସମେତ ଭଗବତପଲ୍ଲୀ ୱେଲଫେୟାର କମିଟି ର ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଫ୍ୟାନ୍ସ କ୍ଲବର ମୁଖ୍ୟ ସୁନିଲ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More