ନାଚୁଣୀ ମହାବିଦ୍ୟାଳୟରେ ୫୩ ତମ ଜାତୀୟ ସେବା ଯୋଜନା(ଏନଏସଏସ) ଦିବସ ପାଳିତ

24

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଆଜି ୫୩ ତମ ଜାତୀୟ ସେବା ଯୋଜନା ଦିବସ ସୂଚାରରୂପେ ଅନୁଷ୍ଠିତ ହୋଇଯାଇଛି । ଏହା ଜାତୀୟ ସେବା ଯୋଜନା (+୩)ର ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟଙ୍କ ଆହ୍ବାନ କ୍ରମେ, ଏନ୍ଏସ୍ଏସର ମୁଖ୍ୟ ସ୍ୱେଚ୍ଛାସେବୀ ଶୁଭମ୍ ତ୍ରିପାଠୀଙ୍କ ନେତୃତ୍ଵ କ୍ରମେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ସହାୟତାରେ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ଏବଂ ଭବିଷ୍ୟତରେ କିପରି ପରିଚ୍ଛନ୍ନ ରହିବ ସେ ଉପରେ ଏକ ସାରସ୍ୱତ ବାର୍ତ୍ତା, ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ପରିବେଷଣ କରିବା ସହ ଆଗକୁ କିପରି ଜୋରଦାର ସେବା କାର୍ଯ୍ୟ ଚାଲିବ ସେଥିପ୍ରତି ପ୍ରତିସୃତି ଦେଇଥିଲେ । କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଜୀବନ ରକ୍ଷାର ନାରାଦେଇ ଛାତ୍ର ଛାତ୍ରୀଗଣ ଏହି କାର୍ଯ୍ୟକୁ ଆଡମ୍ବର ସହକାରେ ଶେଷ କରିଥିଲେ । ଏଥିରେ ରେଡକ୍ରସ କାଉନସିଲର ବିଜୟ ଶତପଥି , ଏନ୍ ସିସି ଅଧିକାରିଣୀ ପ୍ରଜ୍ଞା ପରୀମିତା ପାତ୍ର ଉପସ୍ଥିତ ରହିବା ସହ ବିଶ୍ୱଜିତ୍ ପ୍ରଧାନ ,ଗାୟତ୍ରୀ ଦାସ,ଅଲିଭା ରଥ ,ରାମ କିଶୋର ସାହୁ ,ସୁଜାତା ସାହୁ ,ପ୍ରିତମ ମହାରଣା ,ବିନୟ ସାହୁ ଆଦି ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More