ପୁରୀ ( ସଂଘର୍ଷ ମିଡିଆ ) : ଚଳିତ ବର୍ଷ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଯଦି କରୋନା ସ୍ଥିତି ଏହି ଭଳି ଭାବରେ ରହିଥିବ ଏବଂ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା ରହିଥିବ ତାହେଲେ ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । କାର୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନହୋଇ ଛଅଦିନ ପଡିଥାଏ ଅର୍ଥାତ କାର୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦସି ପର୍ଯ୍ୟନ୍ତ ପଞ୍ଚକର ଯେଉଁ ତିଥିରେ ମଲ ରହେ ସେହି ମଲ ତିଥିରେ ଠାକୁର ମାନେ ନାଗାର୍ଜୁନ ବେଶରେ ବିଭୂଷିତ ହୋଇଥାନ୍ତି ଏହି କ୍ରମରେ ଆସନ୍ତା ନଭେମ୍ବର ୨୭ତାରିଖ ଏହି ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଶେଷ ଥର ପାଇଁ ଏହି ବେଶ ୧୯୯୩ ଏବଂ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଅର୍ଥାତ୨୬ବର୍ଷ ପରେ ଏହି ବେଶ ଅନୁଷ୍ଠିତ ହେବାକୁ ଯାଉଛି । ପୁରୀ ରୁ କ୍ୟାମେରା ପାର୍ଶନ ରଂଜିତ ପଟନାୟକଙ୍କ ସହ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।