ନାଗାଗୁଡା ମା ବୁଢ଼ା ଚାଉରିଆଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) — ଜିଲ୍ଲା ଝରୀଗାଁ ବ୍ଲକ ଫୁପୁଗାଁ ପଂଚାୟତର ନାଗାଗୁଡା ଗ୍ରାମରେ ଆଜି ମା ବୁଢ଼ା ଚାଉରିଆଙ୍କ ପୀଠରେ ବୁଢ଼ା ଚାଉରିଆଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁରଉକ୍ତ ଉତ୍ସବ ରେ ଝରୀଗାଁ ବ୍ଲକର ବିଭିନ୍ନ ଗ୍ରାମର ଦେବାଦେବୀ ମାନଙ୍କ ପ୍ରତିକ ଲାଠି, କୁର୍ଚି, ପାଲିଙ୍କି, ଶିରା, ଦିଶାରୀ, ପୂଜାରୀ ସମେତ ଗ୍ରାମ ପରିକ୍ରମା କରି ମା ଚଉରିଆଙ୍କ ପୀଠରେ ପହଞ୍ଚି ଥିଲେ । ରୀତିନୀତି ଅନୁସାରେ ସମସ୍ତ ଦେବାଦେବୀ ଙ୍କ ପୂଜାର୍ଚନା କରାଯାଇଥିଲା।ଉକ୍ତ ଉତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମି ଥିବା ବେଳେ ଉଠା ଦୋକାନୀ ମାନେ ମଧ୍ୟ ପ୍ରବଳ ଭିଡ଼ ଜମେଇଥିବା ଦେଖିବାକୁ ମିଳି ଥିଲା। ଦର୍ଶକଙ୍କ ମନୋରଞ୍ଜନ ସକାଶେ ରାତ୍ରିରେ ଏକ ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇ ଥିଲ। ନାଟକଟି କର୍ଣ୍ଣ ଗୁରୁଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଧେଷିତ “ଶଙ୍ଖା ସାଇତିଛି ସିନ୍ଦୁର ପାଇଁ “। ସୁଦୂର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ,କଦମଗୁଡା ପଂଚାୟତର କୁପୁଳିଗୁଡା ଗ୍ରାମରୁ ଦର୍ଶକଙ୍କ ମନୋରଞ୍ଜନ ସକାଶେ ଅଣାଯାଇଥିଲା।ଦର୍ଶକମାନେ ମଧ୍ୟ ନାଟକକୁ ମନଭରି ଉପଭୋଗ କରିଥିଲେ। ଖମେଶ୍ବରୀ ପୂଜା କମିଟି ଫୁପୁଗାଁ ଦ୍ୱାରା ନିୟନ୍ତ୍ରିତ ଉକ୍ତ ଉତ୍ସବଟି ଶାନ୍ତି ଶୃଙ୍ଖଳା ର ସହ ସମାପିତ ହୋଇ ଯାଇଛି। କମିଟି ସଭାପତି ବଳଭଦ୍ର ମାଝୀ, ସମ୍ପାଦକ ଦିବାକର ମାଝୀ, କୋଷାଧକ୍ଷ ସୁରେଶ କୁମାର ସାମଲ ମନ୍ଦିର ପୂଜକ ତୁଳାରାମ ପୂଜାରୀ, ବଳବନ୍ତ ମାଝୀ, ଧନୁର୍ଜୟ ନାୟକ, ମନବୋଧ ସାନ୍ତା, କୃଷ୍ଣ ମାଳି, ସମାରୁ କଲାର, ସିଂଘ ଭତ୍ରା, ବେଣୁ ମାଝୀ, ଦିବା ଦୁରିଆ, ରମେଶ କୁମାର ଦୁରିଆ, ସତ୍ୟନାରାୟଣ ଜେନା ପ୍ରମୁଖ ବ୍ୟକ୍ତିମାନେ ଉତ୍ସବ ରେ ମୁଖ୍ୟ ଭୂମିକା ତୁଲେଇଥିବା ପରିଲକ୍ଷିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More