ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

24

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସଚେତନ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରେ ସହ ସମ୍ପାଦକ ବାଙ୍କା ନିଧି ରାୟଗୁରୁ ସଂଘର କୋଷାଧ୍ୟକ୍ଷ ଭିକାରୀ ପୃଷ୍ଟି ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବିଷୟ ସଭାରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହା ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଏହାପରେ ବିଗତ ଦିନ ଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା।ଉପସ୍ଥିତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ନେଇ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବିଗତ ଦିନ ଗୁଡ଼ିକରେ ନିଆଯାଇଥିବା ବିଷୟକୁ ଅନୁମୋଦନ ପ୍ରଦାନ କରିଥିଲେ। ଆହୁରିମଧ୍ୟ ଜିଲ୍ଲାର ଏକ ସୁନାମ ଅର୍ଜିତ ଉଚ୍ଚ ବିଦ୍ୟାଳୟ ମହାରାଜା ଉଚ୍ଚ ବିଦ୍ୟାଳୟରେ ବହୁ ସମୟ ଧରି ଦେଖାଯାଉଅଛି ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଅଭାବ । ଯଦ୍ବାରା ବିଦ୍ୟାଳୟରେ ଅନେକ ଗୁଡ଼ିଏ କାର୍ଯ୍ୟ ଯଥା ପାଠ ପଢା ରୁ ଆରମ୍ଭ କରି ପ୍ରଶାସନିକ ଅଚଳାବସ୍ଥା ନେଇ ଉଦ୍ ବେଗ ପ୍ରକାଶ ପାଇଥିଲା। ଜିଲ୍ଲାରେ ରହିଥିବା ଟୋଲ ଗେଟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏଥିପାଇଁ ଜିଲ୍ଲାରେ ରହିଥିବା ଉକ୍ତ ବିଭାଗୀୟ ଅଧିକାରୀ ବୃନ୍ଦଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜିର ବୈଠକରେ ସମ୍ପାଦକ ଗୁଣନିଧି ମେହେର ଙ୍କ ସମେତ ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାଙ୍କାନିଧି ରାୟଗୁରୁ, ପ୍ରଦୀପ କୁମାର ପୁରୋହିତ ,ଅଟଳ ବିହାରୀ ମହାପାତ୍ର, ପଞ୍ଚାନନ ବାରିକ,ସୂର୍ଯ୍ୟ ନାରାୟଣ ଦାସ,ଦୁଃଖିରାମ ନାୟକ ବିନୋଦ କୁମାର ମେହେର,ମହେଶ ପୂଜାହାରୀ, ନବକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରଦୀପ ପୁରୋହିତ ,ଆଇନଜୀବୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More