ନାଉଗାଁ ଚମ୍ପେଶ୍ବର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଚମ୍ପେଶ୍ବର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନି କାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ସୂଚନାରୁ ପ୍ରକାଶ ଯୋଗ୍ୟ ଘୋଡାଶଂ ପଞ୍ଚାୟତର ଚମ୍ପେଶ୍ବର ଗ୍ରାମର ଲିଙ୍ଗରାଜ ନାୟକଙ୍କ ପରିବାର ଗତକାଲି ରାତିରେ ଖାଇ ପିଇ ସୋଇଥିବା ଅବସ୍ତାରେ ବିଳମ୍ବିତ ରାତ୍ରରେ ଲିଙ୍ଗରାଜର ଛୋଟ ନାତୁଣୀ ପରିଶ୍ରା କରିବାକୁ ଉଠିଥିବା ସମୟରେ ଘରର ପଛପଟରୁ ନିଆ ଜଳୁଥିବା ଦେଖି ଡାକପକାଇଥିଲା ।ନାତୁଣୀ ର ଡାକ ଶୁଣି ଲିଙ୍ଗରାଜ ଏବଂ ତାର ସ୍ତ୍ରୀ ଘରୁ ବାହାରକୁ ଆସି ଗ୍ରାମବାସୀ ଙ୍କୁ ଡାକପକାଇଥିଲେ ।ଗ୍ରାମର କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ନାଉଗାଁ ଅଗ୍ନିସମ ବିଭାଗକୁ ସୁଚନା ଦେଇଥିଲେ ।ଅଗ୍ନି ସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ସେତେବେଳକୁ ଲିଙ୍ଗରାଜ ନାୟକଙ୍କ ଧାନ, ଚାଉଳ, କସାଂ ବାସନ, ସୁନା ରୁପା ,ଲୁଗା ପଟା ଆଦି ସମସ୍ତ ଆସବା ପତ୍ର ପୋଡି ପାଉଁଶ ହେଇଯାଇଥିବା ଦେଖିବାକୁ ମିଳିଛି ।ତୁରନ୍ତ ଲିଙ୍ଗରାଜକୁ ସରକାରୀ ସାହାଯ୍ଯ ଯୋଗାଇ ବେବାକୁ ସାଧାରଣରେ ଦାବିକରିଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More