ନାଉଗାଁ(ସଂଘର୍ଷ ମିଡିଆ ) : ଆଜି ବିଶ୍ୱ ଯୋଗ ଦିବସ । ବୈଦିକ ଯୋଗାଭ୍ୟାସ ପ୍ରଣାଳୀକୁ ମାନି ଯୋଗ କଲେ ମାନସିକ ତଥା ଶାରିରୀକ ସୁସ୍ଥତା ମିଳି ପାରିବ । ଆଜି ନାଉଗାଁ ବ୍ଲକ୍ ଡେରିକି ଠାରେ ସରକାରଙ୍କ କୋଭିଡ଼ ଗାଇଡ ଲାଇନ ମାନି ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ସଂଗଠନର ନାଉଗାଁ ବ୍ଲକ୍ ସ୍ଵେଚ୍ଛାସେବୀ ତପନ କୁମାର ବେହେରା ଙ୍କ ନେତୃତ୍ୱରେ ଏହି ଶିବିରରେ ପ୍ରଶିକ୍ଷକ ଭାବରେ ବିଭୂତି ଭୂଷଣ ତ୍ରିପାଠୀ , ସାମାଜିକ କର୍ମୀ ପ୍ରସନ୍ନଜିତ ସାହୁ ,ସର୍ବେଶ୍ଵର ମହାରଣା , ସୂର୍ଯ୍ୟକାନ୍ତ ସାହାଣୀ ବିଶ୍ବରଂଜନ ବିଶ୍ବାଳ , ଅନ୍ତର୍ଜ୍ୟାମି ଜେନା ପ୍ରମୁଖ ଯୋଗାଭ୍ୟାସ କରିବା ସହିତ ପରିଚାଳନା କରିଥିଲେ । ସବୁଦିନ ଯୋଗ ଏବଂ ପ୍ରାଣାୟମ କରିବା ଦ୍ୱାରା ଆମ ଶରୀର ସୁସ୍ଥ ଏବଂ ନିରୋଗ ରହିବ ବୋଲି ଯୋଗଗୁରୁ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ସେହିପରି ଭାବରେ ନାଉଗାଁ ବ୍ଲକର ମା ସରସ୍ୱତୀ ୟୁଥ୍ କ୍ଲବ୍ ଗୋଠଦା ଠାରେ ମଧ୍ୟ ବିଶ୍ଵ ଯୋଗ ଦିବସ ପାଳନ କରାଯିବା ସହ ଯୋଗ ଅଭ୍ୟାସର ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଥିଲା ।