ନାଉଗାଁ(ସଂଘର୍ଷ ମିଡିଆ ) : – ରାଷ୍ଟ୍ର ତଥା ସମାଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଅହରହ ସଂଗ୍ରାମ କରିବା ପରେ ମଧ୍ୟ ଆବଶ୍ୟକ ପଡ଼ିଲେ ଜଣେ ଯବାନକୁ ଦେଶ ପାଇଁ ବଳିଦାନ ଦେବାକୁ ପଡ଼ିଥାଏ । ଦେଶ ସୀମାରେ ଲାଗି ରହିଥିବା କାରଗିଲ ଯୁଦ୍ଧରେ ଆମ ଦେଶ ବିଜୟୀ ହୋଇଥିଲା ସତ ହେଲେ ବଳିଦାନ ଦେଇଥିଲେ ଅନେକ ଯବାନ । ସେଥି ମଧ୍ୟରେ ନାଉଗାଁ ବ୍ଲକ୍ ଗଳଧାରି ପଞ୍ଚାୟତର ଏରଡା ଗ୍ରାମର ଲଢ଼ୁଆ ପୁଅ ସହିଦ୍ ଉଗ୍ରସେନ ଲେଙ୍କା । ନାଉଗାଁ ବ୍ଲକ୍ ଅନନ୍ତପୁର ଗ୍ରାମରେ ଥିବା ମହାଗୁରୁ ବାଟାଲିୟନ ପକ୍ଷରୁ ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ , ଏରଡା ପରିସରରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ସାମାଜିକ କର୍ମୀ ପ୍ରସନ୍ନଜିତ ସାହୁଙ୍କ ସଭାପତିତ୍ବରେ ମହାଗୁରୁ ବାଟାଲିୟନର ପ୍ରତିଷ୍ଠାତା ତଥା ଗୁରୁ ସିଲୁ ନାୟକଙ୍କ ସହ ତାଙ୍କ ଛାତ୍ର ମାନେ , ବିଦ୍ୟାଳୟର ସହକାରୀ ଶିକ୍ଷକ ତପନ କୁମାର ପ୍ରଧାନ , କ୍ରୀଡା ଶିକ୍ଷୟିତ୍ରୀ ରଶ୍ମିପ୍ରଭା ରାଉତ ବିଦ୍ୟାଳୟ ପରିସରରେ ଥିବା ସହିଦ୍ ଉଗ୍ରସେନ ଲେଙ୍କାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାଗୁରୁ ବାଟାଲିୟନର ଅଭିଶେକ ସ୍ବାଇଁ , ଓମ୍ ପ୍ରକାଶ ସ୍ବାଇଁ , ରାକେଶ ବେହେରା , ସଂଗ୍ରାମ ମହାନ୍ତି , ଶିବ ପ୍ରସାଦ ଦାସ ,ସୁମନ ସେଠୀ ପ୍ରମୁଖ ଉପସ୍ଥିତ ରହି ନାରା ଗାନ କରିବା ସହ ଜାତୀୟତାବୋଧର ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ମହାଗୁରୁ ବାଟାଲିୟନର ଗୁରୁ ସିଲୁ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ନାଉଗାଁ ରୁ ତାପସ କୁମାର ଦାସ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।