କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ୍ ରିଶିଡା ର ଅବୁଜବାହାଲ ଠାରେ ନର୍ଲା ୱେବ୍ ମିଡିଆ ଆସୋସିଏସନ୍ ର ସଭାପତି ଡୁଳାମଣି ସାହୁ ଙ୍କ ଆହ୍ବାନକ୍ରମେ ର ଏକ ସାଧାରଣ ସଭା ସହ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମ୍ବାଦିକ କୀର୍ତ୍ତନ ନାଏକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ସାହୁ ସଭାଟିକୁ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କୋଭିଡ ର ସମସ୍ତ ନିୟମ ପାଳନ କରିବା ସହ ସଭାଟି ଆରମ୍ଭ କରାଯାଇଥିଲା। ସଭାର ପ୍ରାରମ୍ଭ ରେ କୀର୍ତ୍ତନ ନାଏକ ପ୍ରେସ ଲ ଓ ଆଇନ ବିଷୟ ରେ ଅଭିଭାଷଣ ରଖିଥିବା ବେଳେ ସଙ୍ଘ ର ଗଣମାଧ୍ୟମ ପରାମର୍ଶ ଦାତା ଚିନ୍ତାମଣି ନାଏକ କହିଥିଲେ କି ସମସ୍ତ ସାମ୍ବାଦିକ ନିଜକୁ ସମାଜସେବୀ ଭାବି ନିଜ କର୍ମ କ୍ଷେତ୍ର କୁ ଜିବାସହ ସରକାରଙ୍କ ପ୍ରତିଟି ଯୋଜନା ର କାର୍ଯ୍ୟକାରୀ ସଠିକ୍ ଭାବରେ ପ୍ରଣୟନ ହେଉଚି କି ନାହିଁ ତଦାରଖ କରି ଖବର ପରିବେଷଣ କରିବା ଓ ଲୋକଙ୍କ ସମସ୍ୟା କୁ ସରକାର୍ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଆମ ସଂଘ ର ଅଜୟ ପଣ୍ଡା ଙ୍କ ଭାଷଣ ରେ ନିୟମ କାନୁନ ଯାହା ନିତ୍ୟ ଶିକ୍ଷଣୀୟ ଉପରେ ଗଭୀର ଆଲୋକପାତ କରିଥିଲେ। ଉପଦେଷ୍ଟା ଶ୍ରୀ ପ୍ରଶାନ୍ତ ସାମନ୍ତରା କହିଥିଲେ କି ସମସ୍ତେ ମିଳିମିଶି କାମ କଲେ ରାଜ୍ୟ ପ୍ରଗତି ପଥରେ ଆଗେଇବା ସହ ଜଣେ ସାମ୍ବାଦିକ ଲୋକଙ୍କ ପ୍ରିୟପାତ୍ରହୋଇ ପାରିବେ ବୋଲି କହି ବା ସହ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ସମୟରେ ସାମ୍ବାଦିକ ବନ୍ଧୁ ମାନେ ଆକ୍ରମଣ ଓ ଆକ୍ରୋଶ ର ଶିକାର ହେଉଛନ୍ତି ଏଣୁ ସରକାର୍ ସାମ୍ବାଦିକ ମାନଙ୍କ ସୁରକ୍ଷା ଦୃଷ୍ଟି ରୁ କିଛି ଆଇନ୍ ପ୍ରଣୟନ କରିବା ଉଚିତ୍ ବୋଲି କହିଥିଲେ।ଏଠାରେ ଉପ ସଭାପତି ବୁଦ୍ଧେଶ୍ୱର ଚୌଧାରୀ ମଧ୍ୟ ତାଙ୍କ ବକ୍ତବ୍ୟ କୁ ଉଚିତ ଯୋଗ୍ୟ ବୋଲି ମନ୍ତବ୍ୟ ଦେଇଥିଲେ। ପରିଶେଷରେ ସଙ୍ଗଠନ ର ସହ ସମ୍ପାଦକ ସୁଶାନ୍ତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ସଭା ସାଙ୍ଗ କରିଥିଲେ।