ନର୍ଲା ଫରେଷ୍ଟ ରେଞ୍ଜ କାମ୍ପା ଦୁର୍ନୀତି ମାମଲା : ଗଣମାଧ୍ୟମକୁ ଆୟେ।ଧ କରି ଦୁର୍ନୀତି ଉପରେ ଚାଦର ଢାଙ୍କିବାକୁ ପନ୍ନିଙ୍କ ମସୁଧା

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଭବାନୀପାଟଣ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ,ନର୍ଲା ଫରେଷ୍ଟ ରେଞ୍ଜର କାମ୍ପା ଏବଂ ଆମଜଙ୍ଗଲ ଯୋଜନାରେ ୨୦୧୬/୧୭ ଆର୍ଥିକ ବର୍ଷରେ ଆସିଥିବା ସରକାରୀ ଅର୍ଥ ୨୩ଲକ୍ଷ୍ୟ ୬ ୩ହଜାରକୁ କାର୍ଯ୍ୟରେ ନଲଗାଇ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ମିଳିମିଶି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଯାହା ସୂଚନା ଅଧିକାର ଅଇନି ବଳରେ ସୂଚନା କର୍ମୀ ଜାଣିବାକୁ ପାଇଥିଲେ, ତାପରେ ସୂଚନା କର୍ମୀ ଲୋକାୟୁକ୍ତ ଙ୍କ ପାଖରେ ଅଭିଯୋଗ କଲାପରେ ଉକ୍ତ ଘଟଣାଟିର ଅନୁସନ୍ଧାନ ନିମନ୍ତେ ଲୋକାୟୁକ୍ତ ମାମଲାଟିକୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିଲେ l ଭିଜିଲାନ୍ସ ବିଭାଗ ଘଟଣାଟିକୁ ଅନୁସନ୍ଧାନ କରି ଦୁର୍ନୀତିର ଗନ୍ଧ ବାରିଥିଲେ ତତ୍ପରେ ପୂର୍ବତନ ଡି. ଏଫ. ଓ ଲଳିତେନ୍ଦୁ ଜେନା ଏବଂ ଏ. ସି. ଏଫ.ସୁଶାନ୍ତ ସାମନ୍ତରାୟ ଙ୍କ ସମେତ ପାଞ୍ଚ ଜଣ ବନବିଭାଗ କର୍ମଚାରୀଙ୍କୁ ଭିଜିଲାନ୍ସ ଅଭିଯୁକ୍ତ କରି ତାଙ୍କ ନାମରେ ଭିଜିଲାନ୍ସ କୋଟରେ case no.27/21, ଏକ ମାମଲା ରୁଜୁ କରିଥିଲା । ମାନ୍ୟବର ଅଦାଲତଙ୍କ ସମନ ପାଇ ପୂର୍ବତନ ଡି. ଏଫ. ଓ.ଏବଂ ଏ. ସି. ଏଫ.ସୁଶାନ୍ତ ସାମନ୍ତରାୟ ଦ୍ବୟ ଭିଜିଲାସନ୍ସ କୋର୍ଟରେ ମାର୍ଚ୍ଚ ୨୦ତାରିଖରେ ହାଜର ହୋଇଥିଲେ, ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠେଇଦିଆଯାଇଥିଲା lପ୍ରକାଶ ଥାଉକି ଗତ କିଛିଦିନ ତଳେ ପୂର୍ବତନ ଏ. ସି. ଏଫ. ସୁଶାନ୍ତ ସାମନ୍ତରାୟ ଙ୍କ ପତ୍ନୀ ୟାସ୍ମିନ ସାମନ୍ତରାୟ ଏକ ସାମ୍ବାଦିକ ସମିଳନୀ କରି ମାନ୍ୟବର ଭିଜିଲାସନ୍ସ ଅଦାଲତଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି କି ତାଙ୍କ ସ୍ୱାମୀଙ୍କୁ ଅନ୍ତରୀଣ ଯାମିନୀ ମାନ୍ୟବର ଉଚ ନ୍ୟାଳୟରୁ ମିଳିଥିଲେ ସୁଦ୍ଧା ସ୍ୱାମୀଙ୍କୁ କାହିଁକି ଭିଜିଲାନ୍ସ ଅଦାଲତ ଯାମିନୀ ଆବେଦନାକୁ ଖାରଜ କଲେ ତାଙ୍କ ସ୍ୱାମୀ ନିର୍ଦୋଷ,ତାଙ୍କୁ ଏ ମାମଲାରେ ମିଛଟାରେ ଛନ୍ଦି ଦିଆଯାଇଛି,ସେ ଜଣେ ମଧୁମେହ ଏବଂ ଉଚ୍ଚରକ୍ତଚାପ ରୋଗୀ ଇତ୍ୟାଦି,କିନ୍ତୁ ଏଠାରେ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ଏବଂ ସେମାନଙ୍କର ଜାଣିବାର ଅଧିକାର ଅଛି ଯେ,ଯଦି ଉଚ୍ଚନ୍ୟାଳୟ ରୁ ଆଗୁଆ ଜାମିନ ମିଳିଥିଲା ତାହାଲେ ଭିଜିଲାସନ୍ସ କୋର୍ଟ ବିଚାରପତି ଆସନରେ ବସିଥିବା ମାନ୍ୟବର ବିଚାରପତି କଣ ସେ ଉଚନ୍ୟାୟଳୟ ର ଆଗୁଆ ଜାମିନ ଆଦେଶକୁ ଗ୍ରହଣ କରିବାରେ କିଛି ଅସୁବିଧା ଥୀଲାକି? କାହିଁକି ମାନ୍ୟବର ବିଚାର ପତି ଗ୍ରହଣ କଲେନାହିଁ, ସେଥିରେ ନିଶ୍ଚୟ କିଛି ତ୍ରୁଟି ଥାଇପାରେ , ବିଚାରପତି ଆସନ ରେ ବସିଛନ୍ତି ତାଙ୍କର ଯୋଗ୍ୟତା ଏବଂ କଠିନ ଅଧ୍ୟବସାୟ ବଳରେ କାହାର ଦୟାରେ ନୁହନ୍ତି, ମାନ୍ୟବର ବିଚାରପତିଙ୍କ ଆଦେଶକୁ ଆମକୁ ସମ୍ମାନ ଦେବାକୁ ପଡିବ l ତେଣୁ ମାନ୍ୟବର ଅଦାଲତ ଅନୁଭବ କଲେକି ଏଭଳି ଅଭିଯୁକ୍ତ ଙ୍କୁ ଯଦି ଯାମିନୀ ରେ ଛାଡ଼ଯାଏ ତାହାଲେ ଆମ ନ୍ୟାୟିକ ବ୍ୟବସ୍ତା ଉପରେ ଜନତାଙ୍କ ର ବିଶ୍ୱାସ ତୁଟିବ ସହ ଦୁର୍ନୀତି ର ଚେର ଆହୁରି ମାଡ଼ିଯିବ ତେଣୁ ତାଙ୍କ ପତ୍ନୀ ଯେଉଁ ଅଭିଯୋଗ ଆଣିଛନ୍ତି ମାନ୍ୟବର ଭିଜିଲାସନ୍ସ ଅଦାଲତ ଙ୍କ ବିରୁଧରେ ଏହା କପୋଳ କଳ୍ପିତ, ଭିତିହୀନ ଏବଂ ଗଣମାଧ୍ୟମକୁ ଆୟୁଧ କରି ଦୁର୍ନୀତି ଉପରେ ଚାଦର ଢାଙ୍କିବା ପାଇଁ ପ୍ରୟାସ l ବରଂ ଯେଉଁ ସୂଚନା କର୍ମୀ ଟି ତାର ବୁଦ୍ଧି ବିବେକ ବଳରେ ସାହାସିକତାର ସହିତ ଲଢେଇ କରି ଏତେ ବଡ ମହାଦୁର୍ନୀତି କୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହେଲେ ଏବଂ ଏହିଜିଲାରେ ଏକ ଉଦାହରଣ ସୃଷ୍ଟି କଲେ ଯେ ସେ ଯେତେବଡ ଉଚ୍ଚପଦସ୍ତ ଅଧିକାରୀ ହୁଅନ୍ତୁନା କାହିଁକି ଅଇନି ଆଖିରେ ସମସ୍ତେ ସମନ l ତେଣୁ ଦୁର୍ନୀତି ରୋକିବାରେ ଯେଉଁ ସୂଚନା କର୍ମୀ ଜଣକ ଏତେ ବଡ ପ୍ରୟାସ କରିଛନ୍ତି ବାସ୍ତବିକ ଉଚ୍ଚପ୍ରଶଂସ ଯୋଗ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More