କଟକ(ସଂଘର୍ଷ ମିଡିଆ) : – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିସି ଜରିଆରେ ନରସିଂହପୁର ମେଡିକାଲକୁ ଆମ ହସ୍ପିଟାଲରେ ପରିଣତ କରିଛନ୍ତି। ନରସିଂହପୁର ମେଡିକାଲ ପୁରା ସଜେଇ ହୋଇଥିଲା ରଙ୍ଗୀନ ଆଲୋକରେ ।ହେଲେ ଦିନ କେତେଟା ଯାଇଛି କି ନାହିଁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଛି ଏକ୍ସପ୍ୟାରୀ ମେଡ଼ିସିନ। ମେଡିକାଲ ରେ ରୋଗୀଙ୍କୁ ଏକ୍ସପ୍ୟାରୀ ମେଡ଼ିସିନ ଦେଇ ଥିବା ରୋଗୀ ଅଭିଯୋଗ ଆଣିଛନ୍ତି। ତେବେ ଆଜି ନରସିଂହପୁର ମେଡିକାଲରେ ନିରାମୟ କେନ୍ଦ୍ରରେ ଫାର୍ମାସିଷ୍ଟ ମେଡିସିନ ଦେବା ପରେ ଅସନ୍ତୋଷ ତେଜିଛି। ତେବେ ନରସିଂହପୁର ଠେଙ୍ଗାପଲ୍ଲୀ ଗାଁର କୃଷ୍ଣଚନ୍ଦ୍ର ମିଶ୍ର ନରସିଂହପୁର ମେଡିକାଲରେ ଡାକ୍ତର ପରାମର୍ଶ ପରେ ନିରାମୟ କେନ୍ଦ୍ରରୁ ମାଗଣା ମେଡ଼ିସିନ ନେଇଥିଲେ। ହେଲେ ସେଥିରେ ଏକ ମେଡ଼ିସିନର ଏକ୍ସପ୍ୟାରୀ ଡେଟ ଚାଲି ଯାଇଥିଲା। ତେବେ ସାଧାରଣ ଲୋକଙ୍କୁ ସରକାରୀ ମେଡିକାଲରେ ଏହିଭଳି ଭୁଲ ମେଡ଼ିସିନ ଦେବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।