ନରସିଂହପୁରରେ ସାହିତ୍ୟ ଆସର ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : : ନରସିଂହପୁର ସାହିତ୍ୟ ସଂସଦ ପକ୍ଷରୁ ରଘୁନାଥ ପାଠାଗାର ଠାରେ ବସନ୍ତ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜକୁ ପ୍ରାୟ ଦୁଇବର୍ଷ ହେଲା କୋଭିଡ ଯୋଗୁଁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିଲା।ଚଳିତ ବର୍ଷରେଏଥିରେ କବି ତପନ କୁମାର ମିଶ୍ର ଙ୍କ ସଭାପତିତ୍ୱରେ କବି ଦୁର୍ଯ୍ୟାଧନ ବରାଳ ମୁଖ୍ୟ ଅତିଥି, ଅଧ୍ୟାପକ କୁଳମଣି ବାରିକ, କାଳନ୍ଦୀ ଚରଣ ଦାସ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ କବି ସାରଦାନନ୍ଦ ଦାସ,ଅଭୟାନନ୍ଦ ଦାସ, ଦୁର୍ଗା ମାଧବ ମିଶ୍ର,ଅଗାଧୁ ଚରଣ ନାୟକ, ଦମୟନ୍ତୀ ରଥ, ବୀଣାପାଣି ଜେନା, ଦେବଦତ୍ତ ମଳୟ କୁମାର ବରାଳ।ସନାତନ ସ୍ୱାଇଁ , ବ୍ୟଙ୍ଗ କବି ମନମୋହନ ସାହୁ ପ୍ରମୁଖ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ କବି ଓ ଲେଖକମାନେ ଯୋଗ ଦେବା ସହିତ କବି ଓ କବୟିତ୍ରୀ ମାନେ ନିଜ ନିଜ ର କବିତା ପାଠ କରିଥିଲେ। ଉପ ସଭାପତି ଶ୍ରୀଯୁକ୍ତ ଅଗାଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More