ନରସିଂହପୁରରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ

13

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ନରସିଂହପୁର ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତ ଜିଲିଣ୍ଡାରେ ଥିବା ମା ବିନ୍ଧ୍ୟବାସିନୀ ମନ୍ଦିର ପରିସରରେ କୃଷକ ମାନଙ୍କ ପର୍ବ ଅକ୍ଷୟ ତୃତୀୟା ପାଳନ ଅବସରରେ ଅଖିମୁଠି ଅନୁକୂଳ ହୋଇଯାଉଛି। ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ ଜିଲ୍ଲା ପରିଷଦ ସଦସ୍ୟ
ଅଜୟ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ପାତ୍ର,ଭାଗ୍ୟଲକ୍ଷ୍ମୀ, ବସନ୍ତପୁର ସମିତି ସଭ୍ୟା ଜ୍ୟୋସ୍ନାରାଣୀ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି
ପ୍ରକାଶ ବେହେରା, ବଡ଼ଭୂଇଁ ସରପଞ୍ଚ ସୁବାସିନି ସାହୁ , ବ୍ଲକ ଆତ୍ମା ସଭାପତି ସତ୍ୟ ରଞ୍ଜନ ସାହୁ, ବ୍ଲକ କୃଷି ବିଭାଗ ଅଧିକାରୀ ନିର୍ମଳ କୁମାର ନାୟକ
ସହକାରୀ କୃଷି ବିଭାଗ ଅଧିକାରୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ସହକାରୀ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଋତୁପର୍ଣ୍ଣା ସେନାପତି, ସହକାରୀ ବ୍ଲକ ମତ୍ସ୍ୟ ବିଭାଗ ଅଧିକାରୀ ଅମର ନାୟକ, ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ପାଇଁ ସରକାର ଙ୍କ ପକ୍ଷରୁ କେଉଁ କେଉଁ ଯୋଜନା ରହିଛି। କୃଷକ ମାନେ କିଭଳି ଏହାର ସୁଯୋଗ ପାଇ ପାରିବେ ସେନେଇ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ। ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା ଅଖିମୁଠି ଅନୁକୂଳ କରି ଚାଷ ର ଶୁଭାରମ୍ଭ କରିଥିଲେ। କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଅଧୀଦର୍ଶକ ମେଘନାଦ ସାହୁ, ଗ୍ରାମ୍ୟ କୃଷୀ କର୍ମଚାରୀ କୁଶ ସ୍ଵାଇଁ, ପଦ୍ମ ଲୋଚନ ବିଶ୍ଵାଳ
ରାଜୀବ ଲୋଚନ ପ୍ରଧାନ, ସୁଦାମ ଟପୋ, ଜଗଦୀଶ ମୁଣ୍ଡା, ରେଣୁବାଳା ବିଶ୍ଵାଳ, ଅପରାଜିତା ନାୟକ, ରମଣି ରଞ୍ଜନ ସିଂହଦେଓ ସୁଧୀର କୁମାର ସ୍ବାଇଁ, ଶିଶିର କୁମାର କରଣ, ରାଜେଶ କୁମାର ସାହୁ, କୈଳାଶ ଚନ୍ଦ୍ର ମହାନ୍ତି ପ୍ରମୁଖ କୃଷି ବିଭାଗ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More