କଟକ(ସଂଘର୍ଷ ମିଡିଆ) : ନରସିଂହପୁରର ସୌନ୍ଦର୍ଯ୍ୟକୁ କମାଉଛି ବିପର୍ଯ୍ୟସ୍ତ ଡ୍ରେନ। ବଜାରକୁ ଆସୁଥିବା ଲୋକ ମାନଙ୍କର ଡେଙ୍ଗୁ ରୋଗ ଭୟ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସଫା ହେଉନି ଡ୍ରେନ୍। ନରସିଂହପୁରର ସବୁଠାରୁ ଜନଗହଳି ପୂର୍ଣ୍ଣ କ୍ଳବ ଛକ, ତ୍ରିନାଥ ବଜାର ପରିବା ମାର୍କେଟ ନିକଟରେ ବର୍ଷ ବର୍ଷ ଧରି ଡ୍ରେନର ଆବର୍ଜନା ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି। ସବୁ ଜାଣି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନାଁ ପୂର୍ତ୍ତ ବିଭାଗ ନାଁ ପଞ୍ଚାୟତ ନାଁ ବ୍ଲକ ପ୍ରଶାସନ କେହି ହେଲେ ଗୁରୁତ୍ୱ ଦେଉ ନାହାନ୍ତି ସମସ୍ତେ ନିଜ ନିଜ ଦୋଷ ଛଢାଇ ଦେଉଛନ୍ତି।ନରସିଂହପୁର ବ୍ଲକରେ ବର୍ତ୍ତମାନ ଡେଙ୍ଗୁ 5 ଜଣଙ୍କୁ ହୋଇଥିବା ବେଳେ ଆତଙ୍କ ଖେଳାଇଲାଣି କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି ଯଦି ଡେଙ୍ଗୁ ବ୍ୟାପେ ତାହେଲେ କିଏ ରହିବ ଦାୟୀ ତାକୁ ନେଇ ଉଠୁଛି ପ୍ରଶ୍ନ ତୁରନ୍ତ ଡ୍ରେନ ମରାମତି କାର୍ଯ୍ୟ କରିବା ପାଇଁ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।