ନରସିଂହପୁର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ

41

Get real time updates directly on you device, subscribe now.

କଟକ(ସଙ୍ଘଏସ ମିଡିଆ) :- ନରସିଂହପୁରନରସିଂହପୁର ମହୋତ୍ସବ ଛାଡ଼ ଖାଇ ନରସିଂହପୁରର ମହୋତ୍ସବ ଛାଡଖାଇ ଦ୍ବିତୀୟ ସଂଧ୍ୟା : ସମ୍ବଲପୁରୀ ଓ ଛଉ ନୃତ୍ୟରେ ବିମୋହିତ ହେଲେ ଦର୍ଶକ। ଦ୍ଵିତୀୟ ଦିବସରେ ଦିନ ୨ଟା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ମଞ୍ଚରେ ଆଠଗଡ଼ରୁ ଆସିଥିବା ଅସୀମା ବରାଳ ଓ ବଡ଼ମ୍ବା ଗୋପୀନାଥପୁରର ପ୍ରତିମା ସାହୁ ପାଲା ପରିବେଷଣ କରିଥିଲେ।ପରେ ପରେ ସନ୍ଧ୍ୟା ୫ଟା ସମୟରେ ନୃତ୍ୟାଞ୍ଜଳି ଡ୍ୟାନ୍ସ ଗ୍ରୁପର କୁନି କଳାକାରମାନଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା।ରାତ୍ର ସାଢେ଼ ସାତଟାରୁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବ୍ରହ୍ମପୁରର ସାଧନା ପୀଠ ଡ୍ୟାନ୍ସ ଗୃପ ଦ୍ୱାରା ଫକ ସମ୍ବଲପୁରୀ ଓ ମୟୂରଭଞ୍ଜର ଛଉ ନୃତ୍ୟ ପରିବେଷଣ ହୋଇଥଲା।ରାତ୍ର ୮.୩୦ ରୁ ଭୁନେଶ୍ବରର ସୁର ତରଙ୍ଗ ଅର୍କେଷ୍ଟ୍ରା ପକ୍ଷରୁ ଆଧୁନିକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।ରାତ୍ର ୮ଟା ସମୟରେ ତିଗିରିଆ ବାଉଁଶପୁଟରୁ ଆସିଥିବା ଦଣ୍ଡନାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ଦିଆଯାଇଛି।ଉତ୍ସବର ସଭାପତି ତଥା ସ୍ଥାନୀୟ ତହସିଲଦାର ମନୋଜ କୁମାର ମାଝୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବଡମ୍ବା ବ୍ଲକ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତଗଜସିଂହ, ନରସିଂହପୁର ବ୍ଲକ ଶିକ୍ଷାଧିକାରୀ ସୌମ୍ୟାଶ୍ରୀ ପଣ୍ଡା, ବିଡ଼ିଓ ନୀଳମାଧବ ସୁନା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାଡଖାଇ ଉତ୍ସବ ପାଳନର ୫୭ ବର୍ଷ ପୂର୍ତ୍ତି ଅବସରରେ ନିଜର ଅଭିମତ ପ୍ରକାଶ କରିଥିଲେ। ଉତ୍ସବର ସମ୍ପାଦକ ତଥା ନରସିଂହପୁର ଥାନା ଆଇଆଇସି ବିକ୍ରମ କେଶରୀ ଜେନା ସ୍ବାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ନରସିଂହପୁର, ବଡମ୍ବା, ତିଗିରିଆ, ଆଠଗଡ଼, ଢେଙ୍କାନାଳ, ଅନୁଗୁଳ, କଣ୍ଟିଲୋ, ନୟାଗଡ଼, ଦଶପଲ୍ଲା ଆଦି ବିଭିନ୍ନ ଦୂର ଦୁରାନ୍ତରୁ ଆସି ମହୋତ୍ସବ କୁ ଉପଭୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More